କାର୍ଯ୍ୟକାରୀ ଅଧ୍ୟକ୍ଷାଙ୍କ ବଦଳି ଆଦେଶ ଉପରେ ରହିତାଦେଶ

Aug 11, 2018 - 15:39
 271
କଟକ,୧୧ା୮(ସକାଳଖବର): ଅବସର ଗ୍ରହଣର ୪ମାସ ପୂର୍ବରୁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷାଙ୍କୁ ବଦଳି କରାଯିବା ପ୍ରସଙ୍ଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲ(ସ୍ୟାଟ) କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ ଏମ ପ୍ରହରାଜ ଓ ବିଚାର ବିଭାଗୀୟ ସଦସ୍ୟ ଜ୍ଞାନ ରଞ୍ଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୪ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ପ୍ରତିପକ୍ଷ ଜବାବ ରଖିବାର ୨ସପ୍ତାହ ମଧ୍ୟରେ ପ୍ରତିଜବାବ ରଖିବା ପାଇଁ ଆବେଦନକାରିଣୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଜବାବ ରଖିବାର ଧାର୍ଯ୍ୟ ସମୟ ମଧ୍ୟରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ କୋର୍ଟ ଅନ୍ତରୀଣ ନିଦେ୍ର୍ଧଶନାମାରେ ସ୍ପଷ୍ଟ କରିଛନ୍ତି । ତେବେ ଆବେଦନକାରିଣୀ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ସହ ବଦଳି ଆଦେଶ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି ।