କାବୁଲିପାଳ ଗାଁରେ ହାତୀ ଉପଦ୍ରବ, ଗ୍ରାମବାସୀ ଆତଙ୍କିତ

Mar 1, 2019 - 17:57
 156
କାବୁଲିପାଳ ଗାଁରେ ହାତୀ ଉପଦ୍ରବ, ଗ୍ରାମବାସୀ ଆତଙ୍କିତ
ଅନୁଗୋ. ୨୮/୨(ସକାଳଖବର): ଅନୁଗୋଳ ଥାନା ଅନ୍ତର୍ଗତ କୁମୁରିସିଂହା ପଞ୍ଚାୟତ କାବୁଲିପାଳ ଗାଁରେ କିଛି ଦିନ ହେଲା ହାତୀ ଉପଦ୍ରବ କରୁଛନ୍ତି । ଫଳରେ ଗାଁ ଲୋକଙ୍କ କ୍ଷେତବାଡ଼ି ଫସଲ ନଷ୍ଟ ହୋଇଛି । ଅପରପକ୍ଷେ ହାତୀ ଭୟ ଯୋଗୁଁ ଗାଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ସୂଚନା ଯେ, କାବୁଲିପାଳ ଗାଁର ସୁଶାନ୍ତ ପ୍ରଧାନଙ୍କ ଘରକୁ ହାତୀ ଭାଙ୍ଗି ଦେଇଥିବା ବେଳେ ଅଇଁଠୁ ପ୍ରଧାନଙ୍କ ବଗିଚାରେ ପଶି କଦଳୀ ଗଛ, ବାଡ଼ି ବଗିଚା ଆଦି ନଷ୍ଟ କରିଦେଇଛନ୍ତି । ମାତ୍ର ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ କିଛି ଠୋସ ପଦକ୍ଷେପ ନିଆ ଯାଇନଥିବା ଗ୍ରମାବାସୀ ଅଭିଯୋଗ କରିଛନ୍ତି । ପୁଣି ଗାଁର ଟ୍ରାନ୍ସଫର ମେସିନ ପୋଡ଼ି ଯାଇଥବା ଯୋଗୁଁ ଅନ୍ଧାର ହୋଇ ପଡ଼ିଛି । ଏଣୁ ହାତୀ ଉପଦ୍ରବ ନେଇ ଗାଁ ଲୋକେ ଭଭୟଭୀତ ହୋଇ ପଡ଼ିଛନ୍ତି । ଆଜି ଭାଜପା ଓବିସି ମୋର୍ଚ୍ଚା ସଭାପତି ଦିଲ୍ଲୀପ ପ୍ରଧାନ, ନିର୍ମଳ ଅଗ୍ରୱାଲ ଯାଇ ଗାଁ ଲୋକଙ୍କଠାରୁ ଏ ସଂପର୍କରେ ଖବର ପାଇବା ପରେ ବିଦ୍ୟୁତ ବିଭାଗ ସହିତ କଥାବାର୍ତ୍ତା କରିଥିଲେ । ଖବୁଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ ବୋଲି ବିଦ୍ୟୁତ ବିଭାଗ ଅଧିକାରୀ କହିଥିଲେ ।