ସରପଞ୍ଚ ହତ୍ୟାା ମାମଲାରେ ଅଭିଯୁକ୍ତ ଜାମିନ ଖାରଜ

May 10, 2018 - 14:10
 180
ସରପଞ୍ଚ ହତ୍ୟାା ମାମଲାରେ ଅଭିଯୁକ୍ତ ଜାମିନ ଖାରଜ
କଟକ,୧୦ା୫(ସକାଳଖବର): କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଦାସ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଦାସଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ସରକରାଙ୍କ ପକ୍ଷରୁ ଏଜିଏ ଅରୁପାନନ୍ଦ ଦାସ ମାମଲା ପରିଚାଳନା କରୁଥିଲେ । କ୍ରାଇମବ୍ରାଞ୍ଚ ଏହି ହତ୍ୟା ମାମଲାରେ ତଦନ୍ତ କରି ୨୦୧୭, ଜାନୁୟାରୀ ୮ତାରିଖରେ ମୁଖ୍ୟ ଅଭିଯୁକ୍ତକୁ କୋଲକତାକୁ ଗିରଫ କରିଥିଲା । ତେବେ ୨୦୧୬, ଜୁନ ମାସ ୮ତାରିଖରେ କିଛି ଅଜଣା ବ୍ୟକ୍ତି ଚଣ୍ଡିବଜାର ଛକରେ ସରପଞ୍ଚଙ୍କୁ ପିଟିପିଟି ହତ୍ୟା କରିଥିଲେ । ମୃତକ ପରିବାର ପକ୍ଷରୁ ଏହି ମାମଲାରେ ୭ଜଣଙ୍କ ନାଁରେ ଏତଲା ଦେଇଥିଲେ ।