‘କଳାକାର’ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା

Nov 21, 2018 - 18:21
 156
‘କଳାକାର’ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା
ଅନୁଗୋଳ ୨୧/୧୧ (ସକାଳଖବର): ଅନୁଗୋଳର କଳା ସଂସ୍କୃତିର ଅଗ୍ରୀମ ଅନୁଷ୍ଠାନ କଳାକାର ତରଫରୁ ସ୍ଥାନୀୟ ସଭାଘରଠାରେ ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆଜି ସକାଳ ୯ଟା ବେଳେ ଆରମ୍ଭ ହୋଇଯାଇଛି । ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ପ୍ରଥମେ ଶାସ୍ତ୍ରୀୟ ଯନ୍ତ୍ର ସଂଗୀତ, ସୁରବାଦ୍ୟ ଓ ତାଳବାଦ୍ୟ ଲଘୁ କଣ୍ଠ ସଙ୍ଗୀତ, କୌତୁକ ବେଶ, ଏକକ ଲଘୁ ନୃତ୍ୟ ଆଦି ପ୍ରତିଯୋଗୀତା ମାନ ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ୨ୟ ସଂନ୍ଧ୍ୟାରେ ଅନୁଷ୍ଠାନ ପକ୍ଷରୁ ଆଦର୍ଶ ଗୃ୍ରପର ଚେୟାରମ୍ୟାନ ମହେଶ ଧଳ ଓ ଯୁବନେତା ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସଭାପତି ଭୂପେଶ ପ୍ରଧାନ ଉପଢେ଼ାକନ, ପୁଷ୍ପଗୁଚ୍ଛ ଦେଇ ସ୍ମୃତି ସନ୍ତକ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଆୟୋଜିତ ପ୍ରତିଯୋଗିତାରେ ଶାସ୍ତ୍ରୀୟ ଯନ୍ତ୍ର ସଂଙ୍ଗୀତ ଓ ତାଳବାଦ୍ୟ ବିଭାଗରେ ଚିନ୍ମୟ ସାହୁ ପ୍ରଥମ, ଭିଶେଷ ପଟ୍ଟନାୟକ ୨ୟ, କୁମାର ଉମାଶଙ୍କର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ଓମକାର ତ୍ରୀପାଠୀ, ପ୍ରଥମ ୨ୟ ସ୍ଥାନରେ ସ୍ୱାସ୍ତକ ତ୍ରୀପାଠୀ ୩ୟ ସ୍ଥାନରେ ସ୍ୱପ୍ନିଳ ଆକାଶ ଦାଶ ରହିଛନ୍ତି । ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତର ସୁରବାଦ୍ୟ ତବଲାରେ ବନିଷ୍ଠ ବର୍ଗରେ ସୋହମ ସାହୁ ପ୍ରଥମ, ଶୁଭଶ୍ରୀ ମିଶ୍ର ଦ୍ୱିତୀୟ, ଏବଂ ଦୀପାଶୃତି ପତି ତୃତୀୟ ସ୍ଥାନ ପାିଛନ୍ତି । ସର୍ବକନିଷ୍ଠ ବିଭାଗରେ ସୋହମ ସ୍ୱାଇଁ ପ୍ରଥମ, ଦିବ୍ୟାଂଶ ରଚିତ ଜୈନ ୨ୟ, ସେହିପରି ଲଘୁ କନିଷ୍ଠ ସଂଙ୍ଗୀତରେ ସର୍ବ କନିଷ୍ଠ ବର୍ଗରେ ଜଗଦିଶ ପ୍ରଧାନ, ପ୍ରଥମ ପୁରବୀ ପ୍ରଧାନ ୨ୟ, ଚିରଞ୍ଜୀବ ବାରିକ ୩ୟ ସ୍ଥାନ ହାସଲ କରିଛନ୍ତି ।