କଳା ଫିତା ବାନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି

Sep 2, 2021 - 13:39
 50
କଳା ଫିତା ବାନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି
ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ କାନ୍ଧରେ କଳା ଫିତା ବାନ୍ଧି ମଇଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଟିମ୍ ବାସୁଦେବ ପରାଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହାତରେ ଏହି କଳା ଫିତା ବାନ୍ଧି ଖେଳୁଛନ୍ତି। ସୋମବାର ବାସୁଦେବ ପରାଞ୍ଜପେଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଥିଲା। ବାସୁଦେବ ପରାଞ୍ଜପେ ୧୯୫୬/୫୭ ଏବଂ ୧୯୬୯/୭୦ରେ ମୁମ୍ବାଇ ଓ ବରୋଦା ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ସେ ତାଙ୍କ କ୍ୟାରିୟରରେ ୨୯ ମ୍ୟାଚ୍ ଖେଳି ୨୩.୭୮ ହାରରେ ୭୮୫ ରନ୍ କରିଛନ୍ତି। ଏହାବ୍ୟତୀତ ତାଙ୍କ ନାଁରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ବ୍ୟାଟିଂ ବ୍ୟତୀତ ସେ ବୋଲିଂରେ ମୋଟ ୯ ୱିକେଟ୍ ହାସଲ କରିଥିଲେ