ଏସିଆଡ ବିଜେତା ଓଡ଼ିଆ ହକି ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Sep 10, 2018 - 18:12
 188
ଏସିଆଡ ବିଜେତା ଓଡ଼ିଆ ହକି ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର,୧୦|୯(ସକାଳଖବର): ଚଳିତ ବର୍ଷ ଏସିଆଡରେ ଭାରତୀୟ ହକି ଦଳରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ରୌପ୍ୟ ପଦକ ଜିତିଥିବା ମହିଳା ଟିମ୍ ୪ଜଣ ଓଡ଼ିଆ ଖେଳାଳୀ ସୁନିତା ଲାକ୍ରା, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ପ୍ରତ୍ୟେକ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବାବେଳେ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ଟିମ୍ ଦୁଇଜଣ ଓଡ଼ିଆ ଖେଳାଳୀ ସୁନିତା ଲାକ୍ରା ଓ ଅମିତ ରୋହିଦାସଙ୍କୁ ପ୍ରତ୍ୟେକ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ପାଇଁ ଦେଶ ଓ ରାଜ୍ୟବାସୀ ଗର୍ବିତ ବୋଲି କହିଥିଲେ । ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ ୨୦୧୭ ବର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିବା ଖେଳାଳୀ ସୁନିତା ଲାକ୍ରା ଓ ଅମିତ ରୋହିଦାସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମବେଳେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଆଜି ପୁରସ୍କାର ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଉଭୟ ଖେଳାଳୀଙ୍କୁ ପ୍ଲେୟାର ଅଫ ଦି ଇୟର-୨୦୧୭ ଟ୍ରଫି, ମାନପତ୍ର ସହିତ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡ଼ା ଓ ଯୁବସେବା ସଚିବ ଏବଂ କ୍ରୀଡ଼ା ନିଦେ୍ର୍ଧଶକ ପ୍ରମୁଖ ଉପସ୍ଥିତ ଥିଲେ ।