କରୱା ଚୌଥ ପୂର୍ବରୁ ମିଳିଲା ଦମ୍ପତିଙ୍କ ମୃତଦେହ

Oct 25, 2021 - 14:13
 113
କରୱା ଚୌଥ ପୂର୍ବରୁ ମିଳିଲା ଦମ୍ପତିଙ୍କ ମୃତଦେହ
ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ କରୱା ଚୌଥର ଦିନକ ପୂର୍ବରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଛି । ପାରିପାର୍ଶ୍ୱିକ ସ୍ଥିତି ସନ୍ଦେହଜନକ ରହିଛି । ପୋଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଅରମ୍ଭ କରିଛି । ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ନ୍ୟୁ ଅଶୋକ ନଗର ପୋଲିସ୍‌ ଷ୍ଟେସନର ଏକ ପିସିଆର୍‌କୁ ଫୋନ୍‌ ଆସିଥିଲା । ଯେଉଁଥିରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ବେକରେ ଫାଶୀ ଲଗାଇ ଝୁଲିପଡ଼ିଥିବା ସୂଚନା ଦିଆଯିବ ସହ ଘର ଭିତରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଜଣା ଯାଇଥିଲା। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ ବ୍ଯକ୍ତିଙ୍କ ନାମ ଧର୍ମେନ୍ଦ୍ର ହୋଇଥିବା ବେଳେ ସେ ଅଶୋକ ନଗର ବି ବ୍ଲକ୍‌ରେ ରହୁଥିଲେ । ଘର ପଙ୍ଖାରେ ସେ ଝୁଲି ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ସୋନିଙ୍କ ମୃତ ଦେହ ତଳେ ପଡ଼ିଥିଲା । ତେବେ ଏହି ଘଟଣାରେ ପୋଲିସ୍‌ ଧାରା ୩୦୨ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼଼ିଛି । ପତ୍ନୀକୁ ହତ୍ୟା କରି ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ୍‌ ସନ୍ଦେହ କରୁଛି ।