ପୋଷ୍ଟ ମାଟ୍ରିକ ସ୍କଲାରସିପ

Aug 28, 2018 - 19:58
 157
ପୋଷ୍ଟ ମାଟ୍ରିକ ସ୍କଲାରସିପ
କଟକ,୨୮ା୮(ସକାଳଖବର): ଅସଂରକ୍ଷିତ ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ କଲେଜ ପଢିବା ସମୟରେ ମିଳୁଥିବା ବୃତ୍ତି(ପୋଷ୍ଟ ମାଟ୍ରିକ ସ୍କଲାରସିପ) ପ୍ରସଙ୍ଗରେ ଅବହେଳା କରାଯାଉଛି ବୋଲି ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସାମଜିକ କର୍ମୀ କୁଳମଣି ମିଶ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଏପରି ବୃତ୍ତି ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରିବାରିକ ବାର୍ଷିକ ଆୟ ମାନଦଣ୍ଡ ୧ ଲକ୍ଷ ଟଙ୍କା ରଖା ଯାଇଛି । ବାର୍ଷିକ ଏକ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପରିବାରର ଛାତ୍ରଛାତ୍ରୀ ଏପରି ବୃତ୍ତି ପାଇବାକୁ ଯୋଗ୍ୟ । ଅନ୍ୟପକ୍ଷରେ ଅନୁସୂଚିତ ଜାତିଙ୍କ ପାଇଁ ବାର୍ଷିକ ପାରିବାରିକ ଆୟ ମାନଦଣ୍ଡ ୨ ଲକ୍ଷ ୫୦ ହଜାର ଟଙ୍କା ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଏହା ୨ଲକ୍ଷ ଟଙ୍କା ରହିଛି । ଆର୍ଥିକ ମାନଦଣ୍ଡ କ୍ଷେତ୍ରରେ ଏପରି ଅସଙ୍ଗତି ଯୋଗୁ ବହୁ ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀ ପୋଷ୍ଟ ମାଟ୍ରିକ ସ୍କଲାରସିପ ପାଇଁ ପାଇବାରୁ ବଞ୍ଚିତ ହେଉଛନ୍ତି ।