କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ଉପରେ ୨୧ରେ ଶୁଣାଣି

Aug 14, 2018 - 21:01
 209
କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ଉପରେ ୨୧ରେ ଶୁଣାଣି
କଟକ,୧୪ା୮(ସକାଳଖବର): ଜମି ଦେବା ନାଁରେ ଠକେଇ କରି ଗିରଫ ହୋଇଥିବା ଅବସରପ୍ରାପ୍ତ ଲେଫନ୍ୟାଣ୍ଟ କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଜିଏ ଅରୁପାନନ୍ଦ ଦାସ ମାମଲା ପରିଚାଳନା କରୁଛନ୍ତି ।