କରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ

Jan 7, 2022 - 08:40
 70
କରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ ୦୭/୦୧: ସାରା ଦେଶରେ ଦେଖାଦେଲାଣି କରୋନାର ତୃତୀୟ ଲହର । କାରଣ ପୂରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି ନିୟମିତ କେସ୍ । ଯାହା ଫଳରେ ସମସ୍ତଙ୍କ ପାଇଁ ଚିନ୍ତା ବଢିବାରେ ଲାଗିଛି । ଏବେ ଚିନ୍ତାର ବିଷୟ ହେଉଛି ମନୋରଞ୍ଜନ ଦୁନିଆକୁ ଏଣ୍ଟ୍ରି ମାରିଛି କିଲର ଭାଇରସ । ଗୋଟିଏ ପରେ ଗୋଟିଏ ଅଭିନେତା, ଅଭିନେତ୍ରୀ କରୋନାର ଶିକାର ହେଉଛନ୍ତି । ଟିଭି ଏବଂ ଚଳଚ୍ଚିତ୍ର ଜଗତର ଅନେକ ତାରକା ମଧ୍ୟ ଏହି ଭୂତାଣୁ ଅଧୀନରେ ଆସିଛନ୍ତି । ଅନେକ ବଲିଉଡ ସେଲିବ୍ରିଟିଙ୍କ ପରେ ଏବେ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ମିମି ଚକ୍ରବର୍ତ୍ତୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମିମି କହିଛନ୍ତି ଯେ କରୋନା ପାଇଁ ଅବସ୍ଥା ଖରାପ ହୋଇଯାଇଛି ।