ଦ.ଆଫ୍ରିକା ଖେଳାଳିଙ୍କୁ ବୁମରାଙ୍କ ଚେତାବନୀ

Jan 7, 2022 - 09:22
 52
ଦ.ଆଫ୍ରିକା ଖେଳାଳିଙ୍କୁ ବୁମରାଙ୍କ ଚେତାବନୀ
ଜୋହାନ୍ସବର୍ଗ ୦୬।୦୧ : ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକା ନିକଟରୁ ୭ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ତେବେ ମ୍ୟାଚ୍‌ରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ସହ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ତେବେ କଥା ଏତିକିରେ ଅଟକି ନାହିଁ, ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ଦଳ ବିଜୟର ଦ୍ଵାର ଦେଶରେ ପହଞ୍ଚିଥିବା ସମୟରେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଷ୍ଟମ୍ପ ମାଇକ୍ ନିକଟକୁ ଆସି ବିରୋଧୀ ଦଳକୁ ଚେତାବନୀ ଦେଇଛନ୍ତି। ବୁମରା କହିଛନ୍ତି, ମୁଁ ଜାଣିଶୁଣି ଷ୍ଟମ୍ପ ମାଇକ୍ ନିକଟକୁ ଆସିଛି। ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆହୁରି ଗୋଟିଏ ମ୍ୟାଚ୍ ବାକି ଅଛି। ‘ଏବେ ଯେତେ ଡେଇଁବା କଥା ଡିଅଁ’। ବୁମରାଙ୍କ କଥା ଶୁଣିବା ପରେ ସାଥୀ ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ଏଥିରେ ସାମିଲ୍ ହୋଇ କହିଛନ୍ତି, ‘ବହୁତ ବାକି ଅଛି ଠାକୁର ! ଏତିକି ଶୁଣିବା ପରେ ବୁମରା ପୁଣି କହିଛନ୍ତି, ଯେଉଁ ଲୋକେ ଶୁଣିବା କଥା ଭଲ ଭାବେ ଶୁଣି ନିଅନ୍ତୁ’। ଦ୍ଵିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୨୦୨ ରନ ଜବାବରେ ଦକ୍ଷିଣ ଆଫ୍ରିକା ୨୨୯ ରନରେ ଅଲଆଉଟ୍ ହେବା ସହ ୨୭ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟ ଇନିଂସରେ ଭାରତୀୟ ଦଳ ୨୬୬ ରନ କରିବା ସହ ଦକ୍ଷିଣ ଆଫ୍ରିକାକୁ ୨୪୦ ରନର ଟାର୍ଗେଟ୍ ଦେଇଥିଲା।। ଦଳ ମାତ୍ର ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ଅଧିନାୟକ ଡିନ୍ ଏଲଗର ଅପରାଜିତ ୯୬ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଭାରତୀୟ ଦଳ ପ୍ରଥମ ଟେଷ୍ଟ ୧୧୩ ରନରେ ଜିତି ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଥଲା। ହେଲେ ଦଳ ଦ୍ଵିତୀୟ ଟେଷ୍ଟରେ ଘରୋଇ ଦଳଠୁ ୭ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ସିରିଜ୍ ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ନିର୍ଣ୍ଣାୟକ ମୁକାବିଲା କେପଟାଉନ୍‌ରେ ଜାନୁଆରୀ ୧୧ରୁ ଆରମ୍ଭ ହେବ।