କମିଲା ବସ୍‌ ଭଡ଼ା

Nov 28, 2018 - 12:52
 223
କମିଲା ବସ୍‌ ଭଡ଼ା
ଭୁବନେଶ୍ୱର, ୨୮/୧୧(ସକାଳଖବର): ଲଗାତାର ଭାବେ ତୈଳ ଦର କମିବାରୁ ରାଜ୍ୟରେ କମିଛି ବସ୍‌ ଭଡ଼ା । ଅର୍ଡିନାରୀ ବସ୍‌ର ଭଡ଼ା କିମି ପିଛା ମାତ୍ର ୨ ପଇସା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି। ଠିକ୍‌ ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୭୫ ପଇସାରୁ ଖସି ୭୩ ପଇସା , ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର କିମି ପିଛା ଭଡ଼ା ୪ ପଇସା , ଡିଲକ୍ସ ବସ୍‌ ଭଡ଼ା ପୂର୍ବରୁ କିମି ପିଛା ୧୦୫ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୧୦୧ ପଇସା ହୋଇଛି। ସେହିପରି ଏସି ଡିଲକ୍ସ ବସ୍‌ର ଭଡ଼ା କିମି ୧୨୭ ପଇସାରୁ ୧୨୩ ପଇସାକୁ କମିଛି। ଫଳରେ ପ୍ରତିଦିନ ବସରେ ଯାତାୟତ କରୁଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି ବସ୍‌ ଭଡ଼ା ହ୍ରାସ ନେଇ ଓଡିଶା ପରିବହନ କମିଶନରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।