କଟକ ଜିଲ୍ଲାରେ ସଶକ୍ତ ଡାଇରିଆ ନିୟନ୍ତ୍ରଣ ମାସ

Jun 25, 2018 - 18:47
 199
କଟକ:୨୫/୬(ସକାଳଖବର) ଜିଲ୍ଲା ସ୍ୱାସ୍ଥ୍ୟ ସମିିତି ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସଶକ୍ତ ଡାଇରିଆ ନିୟନ୍ତ୍ରଣ ମାସ ଓ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଜନ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈ÷ଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୨୦ ତାରିଖରୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରିବା ସହ ଡାଇରିଆ, ଡେଙ୍ଗୁ ଓ ମ୍ୟାଲେରିଆରେ ଯେପରି ମୃତ୍ୟୁ ସଂଖ୍ୟା ଶୂନ ରୁହେ ( ଜିରୋ କାଜୁଆଲିଟି) , ସେଥିପାଇଁ ବ୍ଲକ ସ୍ତରରେ ମେଡିକାଲ ଅଫିସର, ଆଶା, ଅଙ୍ଗନବାଡୀ କର୍ମୀ, ଏ.ଏନ୍.ଏମ୍ଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ବିଶ୍ୱ କଲ୍ୟାଣ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଏହି ଅଭିଯାନ ନିମନ୍ତେ ଜିଲ୍ଲାପାଇଁ ୭ ଲକ୍ଷ ଓ.ଆର୍.ଏସ୍ ପ୍ୟାକେଟ୍ ଓ ୧୨ ଲକ୍ଷ ଜିଙ୍କ ବଟିକା ଆବଶ୍ୟକତା ରହିଛି । ମାତ୍ର ଓ.ଆର୍.ଏସ୍ ପ୍ୟାକେଟ୍ ଦିନେ ଦୁଇ ଦିନ ମଧ୍ୟରେ ଉପଲବ୍ଧ ହେବାକୁ ଥିବା ସ୍ଥଳେ ଜିଙ୍କ ବଟିକା ଅଧିକ ପରିମାଣରେ ମହଜୁଦ ଅଛି ବୋଲି ସିଡିଏମ୍ଓ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ ( ପରିବାର କଲ୍ୟାଣ) ଡାକ୍ତର ବଟକୃଷ୍ଣ ମହଲା ଯୋଗଦେଇ ଏହି ଅଭିଯାନ ସକାଶେ ଆଶାକର୍ମୀ ମାନଙ୍କୁ ଡାଇରିଆ ନିୟନ୍ତ୍ରଣ ପାଇଁ ତାଲିମ ପ୍ରଦାନ କରାଯାଇଳଥିବା ବେଳେ ସେମାନଙ୍କୁ ଗାଁ କଲ୍ୟାଣ ସମିତି ମାଧ୍ୟମରେ ବ୍ୟାପକ ସଚେତନ କରାଇବାକୁ ନିଦେ୍ର୍ଧଶ ଦିଆଯାଇଥିବା ସେ ପ୍ରକାଶ କରିଥିଲେ ।