ପିଲାଙ୍କ ଚକ୍ଷୁତ୍ରୁଟି ପାଇଁ ବାଲଜ୍ୟୋତି କାର୍ଯ୍ୟକ୍ରମ

Jan 4, 2019 - 17:45
 155
ଅନୁଗୋଳ, ୪/୧(ସକାଳଖବର): ରାଜ୍ୟ ସରକାରଙ୍କ ସୁନେତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ସମଗ୍ର ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକାରୀ ହେଉଥିବା ବାଲ ଜ୍ୟୋତି କାର୍ଯ୍ୟକ୍ରମରେ ସ୍ୱଳ୍ପ ଦୃଷ୍ଟି ଶକ୍ତି ସମ୍ପନ୍ନ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା, ଲେନସ, ଅସ୍ତ୍ରୋପଚାର ଓ ଚିକିସôା ବ୍ୟବସ୍ଥା ମାଗଣରେ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଚଳିତ ମାସ ୭ ତାରିଖ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇ ୯,୧.୧୧ ଓ ୧୨ ତାରିଖରେ ବିଦ୍ୟାଳୟସ୍ତରରେ ପ୍ରାଥମିକ ଚିହ୍ନଟ ଓ ତାଲିକା ପ୍ରସ୍ତୁତ କରାଯିବ । ଜିଲା ମୁଖ୍ୟ ଚିକିସôାଳୟର ବିଶେଷଜ୍ଞ ଡ଼ାକ୍ତରମାନଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେଉଥିବା ‘ପିଠା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଚଷମା ଓ ଲେନସ ମାଗଣାରେ ପ୍ରଦାନ କରାଯିବା ସହ ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର ଓ ଚିକିସôା ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ୨ଟି ପର୍ଯ୍ୟାୟରେ ୮ଟି ବ୍ଲକରୁ ୩୦୦୦ରୁ ଉଦ୍ଧ୍ୱର୍ ପିଲାଙ୍କୁ ଚଷମା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଗତ ବର୍ଷ ଏହି ଯୋଜନାରେ ଜିଲ୍ଲାରୁ ୨୩୦୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଦିଆଯାଇଥିଲା । ବୈଠକର ପ୍ରାରମ୍ଭରେ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁଙ୍କ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବିଭାଗର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀ ବିଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।