କଂଗ୍ରେସକୁ ମୋର ନୁହେଁ ନେତୃତ୍ୱ ଓ ସାମୂହିକ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି କହିଲେ ପ୍ରଶାନ୍ତ କିଶୋର

Apr 27, 2022 - 09:06
 61
ନୂଆଦିଲ୍ଲୀ ୨୬।୪: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କର କଂଗ୍ରେସରେ ଯୋଗ ଦେବା ନେଇ ଜାରି କଳ୍ପନା ଜଳ୍ପନାରେ ମଙ୍ଗଳବାର ବିରାମ ଲଗାଇ ଦେଇଛନ୍ତି। ସେ କଂଗ୍ରେସରେ ଯୋଗ ଦେବାକୁ ସଫା ସଫା ମନା କରିଦେଇଥିବା ବେଳେ ବର୍ତ୍ତମାନ ସମୟରେ କଂଗ୍ରେସକୁ ମୋର ନୁହେଁ ସାମୂହିକ ଇଚ୍ଛା ଶକ୍ତି ଓ ଦୃଢ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏଣୁ ପ୍ରଶାନ୍ତ କଂଗ୍ରେସରେ ଯୋଗ ଦେଉନଥିବା ଅନ୍ତତଃ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପାର୍ଟି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ବିଦେଶ ଗସ୍ତରେ ଥିବା ବେଳେ ପ୍ରଶାନ୍ତ ତାଙ୍କର ନିଷ୍ପତ୍ତି ଜଣାଇଦେଇଛନ୍ତି। ପ୍ରଶାନ୍ତ ଦଳରେ ଯୋଗ ଦେଉନଥିବା ପାର୍ଟି ମୁଖପାତ୍ର ରଣଦୀପ ସୂରଜେୱାଲାଏକ ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତୁତି ଓ ତାଙ୍କ ସହ ବିସ୍ତୃତ ଚର୍ଚ୍ଚା ପରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଏମ୍ପାୱାର୍ଡ ଆକ୍ସନ ଗ୍ରୁପ ଗଠନ କରିବା ସହ ପ୍ରଶାନ୍ତଙ୍କୁ ତାଙ୍କ ନିର୍ଦ୍ଧାରିତ ଦାୟିତ୍ୱ ସହ ପାର୍ଟିର ଅଂଶ ହେବା ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ସେ ଏହାକୁ ସ୍ୱୀକାର କରିନଥିଲା ସୂରଜେୱାଲା ଟ୍ୱିଟ୍‌ରେ ସୂଚିତ କରିବା ପରେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।