ସିଗାରେଟ ପାଇଁ ଗୁଳିମାଡ଼, ଦୋକାନୀ ଗୁରୁତର

Apr 27, 2022 - 05:55
 52
ସିଗାରେଟ ପାଇଁ ଗୁଳିମାଡ଼, ଦୋକାନୀ ଗୁରୁତର
ଭୁବନେଶ୍ୱର : ସିଗାରେଟର ଦାମ ମାତ୍ର ୬ ଟଙ୍କା । ହେଲେ ଏହି ସିଗାରେଟ ପାଇଁ ମହାଭାରତ ହୋଇଛି । ଜଣେ ଗ୍ରାହକ ସାମାନ୍ୟ ସିଗାରେଟ ଟାଣିବା ପାଇଁ ଜଣେ ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି । ଫଳରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଥିବାବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି ଏମିତି । ଆନନ୍ଦପୁର ଖଡ଼ିବାହାଳ ଛକରେ ଥିବା ଏକ ଦୋକାନ ନିକଟରେ ଜଣେ ଯୁବକ ସିଗାରେଟ ଟାଣୁଥିଲେ । ତେବେ ଦୋକାନ ଆଗରେ ସିଗାରେଟ ଟାଣିବାକୁ ଦୋକାନୀ ଜଣଙ୍କ ବାରଣ କରିଥିଲେ । ଦୋକାନ ଆଗରେ ସିଗାରେଟ ନଟାଣି ଅନ୍ୟ ସ୍ଥାନରେ ଟାଣନ୍ତୁ ବୋଲି ପରାମର୍ଶ ଦେଇଥିଲେ । କିନ୍ତୁ ଯୁବକ ଜଣଙ୍କ ଏହି ସାମାନ୍ୟ କଥାକୁ ଗୁରୁତର ସହ ଗ୍ରହଣ କରିଥିଲେ । କାହିଁକି ତାଙ୍କୁ ସିଗାରେଟ ଟାଣିବାକୁ ମନା କଲେ ବୋଲି ସେ ରାଗି ପାଚି ଲାଲ ହୋଇଗଲେ । ପରେ ବନ୍ଧୁକ ବାହାର କରି ଦୋକାନୀଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ଗୁଳି ମାଡ଼ରେ ଦୋକାନୀ ଜଣଙ୍କ ସେଇଠାରେ ହିଁ ଲହୁଲୁହାଣ ହୋଇଯାଇଥିଲେ । ଗୁଳି ମାଡ଼ କରି ସଂପୃକ୍ତ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଅନ୍ୟ ଦୋକାନୀମାନେ ରୁଣ୍ଡ ହୋଇଯିବା ସହ ତୁରନ୍ତ ଗୁରୁତର ଆହତ ଦୋକାନୀଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦେଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।