ଓମିକ୍ରନ୍‌ ଭୟ: ୨ ସପ୍ତାହରେ ଟିକାକରଣରେ ୧୫% ବୃଦ୍ଧି

Dec 10, 2021 - 06:00
 57
ଓମିକ୍ରନ୍‌ ଭୟ: ୨ ସପ୍ତାହରେ ଟିକାକରଣରେ ୧୫% ବୃଦ୍ଧି
ନୂଆଦିଲ୍ଲୀ: କରୋନାର ‘ଓମିକ୍ରନ୍‌’ ପ୍ରଜାତିକୁ ନେଇ ଭୟ ବଢ଼ିଛି। ଓମିକ୍ରନ୍‌ ପ୍ରଜାତି କରୋନା ମହାମାରୀକୁ କେତେଦୂର ପ୍ରଭାବିତ କରିବ ସେନେଇ କୌଣସି ସ୍ପଷ୍ଟ ବୈଜ୍ଞ‌ାନିକ ତଥ୍ୟ ଆସିନଥିବାବେଳେ ଏହି ପ୍ରଜାତିକୁ ନେଇ କିନ୍ତୁ ପ୍ରବଳ ଭୟ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ପ୍ରଜାତି ପାଇଁ ଅଧିକରୁ ଅଧିକ ଲୋକ ଟିକା ନେଇଛନ୍ତି। ଟିକାକରଣ ତଥ୍ୟରୁ ଏହା ଜଣାପଡ଼ିଛି ଯେ, ପୂର୍ବ ୧୩ ଦିନ ତୁଳନାରେ ଗତ ୧୩ ଦିନ ମଧ୍ୟରେ ଦ୍ବିତୀୟ ଡୋଜ୍‌ ଟିକାକରଣରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଏହି ସମୟ ମଧ୍ୟରେ ମୋଟ୍‌ ଟିକାକରଣରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। କୋୱିନ୍‌ ଡାଶ୍‌ବୋର୍ଡ ତଥ୍ୟ ଅନୁଯ‌ାୟୀ ନଭେମ୍ବର ୧୨ରୁ ୨୪ ମଧ୍ୟରେ ୫,୮୭,୨୦,୭୩୮ ଜଣ ଦ୍ବିତୀୟ ଡୋଜ୍‌ ନେଇଥିବାବେଳେ ନଭେମ୍ବର ୨୫ରୁ ଡିସେମ୍ବର ୭ ମଧ୍ୟରେ ଏହି ସଂଖ୍ୟା ୬,୮୮୯,୧୯୧୩କୁ ବୃଦ୍ଧି ପାଇଛି। ଏହାଦ୍ବାରା ଏହି ସମୟ ମଧ୍ୟରେ ଦ୍ବିତୀୟ ଡୋଜ୍‌ ଟିକାକରଣରେ ୧୫.୯ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଏହି ସମୟ ମଧ୍ୟରେ ମୋଟ୍‌ ଟିକାକରଣରେ ୧୫.୨ ପ୍ରତିଶତ ବୃଦ୍ଧି ହୋଇଛି। ନଭେମ୍ବର ୧୨-୨୪ ମଧ୍ୟରେ ମୋଟ୍‌ ଟିକାକରଣ ୮,୫୪,୮୭,୭୬୯ ଥିବାବେଳେ ନଭେମ୍ବର ୨୫ରୁ ଡିସେମ୍ବର ୭ ମଧ୍ୟରେ ଏହା ୯,୯୫,୫୪,୧୯୨ ରହିଛି। ଇତି ମଧ୍ୟରେ ଦେଶରେ ମୋଟ୍‌ ଟିକାକରଣ ୧୩୦ କୋଟି ଟପିଯାଇଛି।