ଆଜି ବି ଗୃହରେ ଘଣ୍ଟ ପିଟିଲେ ବିରୋଧୀ, ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

Dec 10, 2021 - 05:55
 57
ଆଜି ବି ଗୃହରେ ଘଣ୍ଟ ପିଟିଲେ ବିରୋଧୀ, ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ବର ୧୦।୧୨: ନବମ ଦିନରେ ବି ଚାଲିପାରିଲାନି ବିଧାନସଭା । ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି ଗୃହରେ ବିରୋଧୀ ହଙ୍ଗାମା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ ବିରୋଧୀ ସଦସ୍ୟ । ଆଜି ବି ଗୃହରେ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ ବିରୋଧୀ ଦଳ ସଦସ୍ୟ । ଗୃହ ମଧ୍ୟଭାଗରେ ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।