ଓମିକ୍ରନ :ଉଚ୍ଚସ୍ତରୀୟ ବୈଠକ ଡାକିଲେ ସରକାର

Dec 21, 2021 - 10:31
 87
ଓମିକ୍ରନ :ଉଚ୍ଚସ୍ତରୀୟ ବୈଠକ ଡାକିଲେ ସରକାର
ଭୁବନେଶ୍ବର: ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଲା ସରକାରଙ୍କ ଚିନ୍ତା । ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର । ଆଉ କିଛି ସମୟ ମଧ୍ୟରେ ଲୋକସେବା ଭବନରେ ଆରମ୍ଭ ହେବ ବୈଠକ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା । ଖବର ଅନୁଯାୟୀ, ରାଜ୍ୟରେ ଆଜି ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଏବଂ ଅନ୍ୟଜଣେ କତାରରୁ ଫେରିଥିଲେ । ପଜିଟିଭ ଚିହ୍ନଟ ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡିଛି । ଓଡିଶାରେ ପଶିଲା ଓମିକ୍ରନ । ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଉଭୟ ସଂକ୍ରମିତ ବିଦେଶ ଫେରନ୍ତା ଅଟନ୍ତି । ଜଣେ ନାଇଜେରିଆରୁ ଫେରିଥିବାବେଳେ ଅନ୍ୟ ଜଣେ କାତାରରୁ ଫେରୁଥିବା ଜଣାପଡିଛି । ସେମାନଙ୍କ ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଏବେ ସୁଦ୍ଧା ୯ ଜଣଙ୍କ ସାମ୍ପୁଲ ଜିନମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି ।