ଆଗେଇ ଚାଲିଛି ରଥ କାମ, ତିନି ରଥର ଚକ ଓ ଅଖ ନିର୍ମାଣ ଶେଷ

May 20, 2023 - 07:55
 16
ଆଗେଇ ଚାଲିଛି ରଥ କାମ, ତିନି ରଥର ଚକ ଓ ଅଖ ନିର୍ମାଣ ଶେଷ
ପୁରୀ ୨୦।୦୫ : ରଥ ଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ। ତିନି ରଥର ସମସ୍ତ ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଶୁକ୍ରବାର ମୁହାଁଟି ଓ ଦଣ୍ଡା ଅନୁକୂଳ କରିଛନ୍ତି ବିଶ୍ବକର୍ମା ମହାରଣା ମାନେ। ତିନି ରଥର ୪୨ଟି ଚକ ଓ ୨୧ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ସହ ଅଖ ଗୁଡ଼ିକର ସଯୋଗ ହେବାର ବିଧି ରହିଛି। ସେହିପରି ତିନି ରଥର‌ ଚଉଦ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତିନି ରଥର‌ ନିରାଡିର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଥିବା କହିଛନ୍ତି ବିଶ୍ବକର୍ମା। ସେପଟେ ତିନି ରଥର ରୂପକାର ସେବକ ମାନେ ଗୁଜ ଗୁଡିକରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଦୋଳବେଦୀର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବ୍ କମିଟି ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ। ଆସନ୍ତା ସ୍ନାନ ପୂର୍ଣ୍ଣିମା, ଘୋଷଯାତ୍ରା ନେଇ ପ୍ରସ୍ତୁତ ହେବ ନୀତିକାନ୍ତି । ଏହାସହିତ ଶ୍ରୀମନ୍ଦିର ନୀତି କାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ହେଉଛି ଆଲୋଚନା । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ପରିଚାଳନା କମିଟି ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ।