ଅଧାରେ ରହିଲା ଜଗା ଦର୍ଶନ , ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

Dec 21, 2021 - 10:29
 70
ଅଧାରେ ରହିଲା ଜଗା ଦର୍ଶନ , ଦୁର୍ଘଟଣାରେ ଚାଲିଗଲା ୨ ଜୀବନ
ଭୁବନେଶ୍ବର: ଅଧାରେ ରହିଲା ଜଗା ଦର୍ଶନ । ପୁରୀରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ପୁରୀ ମାଳତୀପାଟପୁର ଠାରେ ମଙ୍ଗଳବାର ସକାଳେ ଘଟିଛି ଏହି ଦୁଃଖଦ ଘଟଣା । ମାଳତୀପାଟପୁର ନିକଟରେ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଆସୁଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହ ଅନ୍ୟଜଣେ ଜଣେ ଗୁରୁତର ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତକ ଦୁଇଜଣ ହେଲେ ପିପିଲି ଓରକଳ ଗ୍ରାମର କବାଡି ଖେଳାଳି ତ୍ରିଲୋଚନ ପ୍ରଧାନ ଓ ସିଦ୍ଧାର୍ଥ ଦାସ ।ତେବେ ମାଳତୀପାଟପୁର ଠାରେ ଯିବା ଆସିବା ପାଇଁ ଦୁଇଟି ପୃଥକ ରାସ୍ତା ଥିବାବେଳେ ଗୋଟିଏ ପାର୍ଶ୍ବ ରାସ୍ତା ବନ୍ଦ ଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।