ଓଭରବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ଜନସ୍ୱାର୍ଥ ମାମଲା

May 8, 2018 - 14:05
 185
ଓଭରବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ଜନସ୍ୱାର୍ଥ ମାମଲା
କଟକ, ୮ା୫ (ସକାଳଖବର): ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ପୁଣି ଥରେ ଭୁଶୁଡିବା ଘଟଣାର ସିବିଆଇ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସମାଜସେବୀ ଅଚୁ୍ୟତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ଗତ ବର୍ଷ ସେମ୍ବେର ୧୦ରେ ନିର୍ମାଣଧୀନ ବମିଖାଲ ଓଭରବ୍ରିଜର ଏକ ସ୍ଲାବ୍ ଖସି ପଡିବାରୁ ଜଣଙ୍କ ମୃତୁ୍ୟ ହୋଇଥିଲା ଓ କେତେକ ଆହତ ହୋଇଥିଲେ । ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇ ଁ ସରକାର ନିଦେ୍ର୍ଧଶ ଦେଇଥିବା ବେଳେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ କଳା ତାଲିକାଭୁକ୍ତ କରାଯାଇଥିଲା । ସେତେବେଳେ ଅଭିଯୋଗ ହୋଇଥିଲା ଯେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ନିମ୍ନମାନର ଥିଲା ।