ଓଡ଼ିଶା ସ୍କୁଲ କଲେଜ କର୍ମଚାରୀ ମିଳିତ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

Aug 10, 2018 - 18:18
 170
ଓଡ଼ିଶା ସ୍କୁଲ କଲେଜ କର୍ମଚାରୀ ମିଳିତ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ଠାକୁରଗଡ଼,୧୦/୮( ସକାଳଖବର): ଆଠମଲ୍ଲିକ ବ୍ଲକରେ ଆଜି ଓଡ଼ିଶା ସ୍କୁଲ କଲେଜ କର୍ମଚାରୀ ମିଳିତ ମଞ୍ଚର ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ସଭାପତି ଅଶୋକ କୁମାର ସାହୁଙ୍କ ଅÿଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା । ସଂଘର କେତେଗୁଡ଼ିଏ ଅସୁବିଧାକୁ ଲୋକ ଲୋଚନ ତଥା ସରକାରଙ୍କ ଟି ଆଣିବା ପାଇଁ ଆଠମଲ୍ଲିକ ଗୋଷ୍ଠୀ ଶିକ୍ଷା ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଓଷ୍ଠା ସଂପାଦକ ଚିଦାନନ୍ଦ ଦେହୁରୀ, ଓଷ୍ଠା ସଂପାଦକ ଅଶୋକ କୁମାର ସାହୁ, ମିଳିତ ମଞ୍ଚର ସଦସ୍ୟ ଶୁଧାଶୁଂ ଶେଖର ମଙ୍ଗରାଜ, ଦେବରାଜ ପ୍ରଧାନ, ପୁରୁଷୋତ୍ତମ ସାହୁ, ଦୁଃଖବନ୍ଧୁ ବେହେରା, ସୁଧିର ସାହୁଙ୍କ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ ।