ସୁନା ଚେନ୍ ଲୁଟେରା ଗିରଫ

Aug 10, 2018 - 18:06
 139
ଅନୁଗୋଳ,୧୦/୮ (ସକାଳଖବର): ବଅଁରପାଳ ଥାନା ଇଲାକାର ନାଲକୋ ପାଖରୁ ସୁନା ଚେନ ଲୁଟ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ । ଘଟଣାରୁ ପ୍ରକାଶ ଯେ ଗତ ୧ ତାରିଖ ଦିନ ଦ୍ୱିପ୍ରହରରେ ଢେ଼ଙ୍କାନାଳ ମୁଳିସିଂହ ଗାଁର ଅଶୋକ କୁମାର ଭଞ୍ଜ ଓ ପନôୀ ଉଭୟ ମିଶି ନାଲକୋ ଅଞ୍ଚଳ ବନ୍ଧୁ ଘରକୁ ଆସିଥିଲେ । ଫେରିବା ରାସ୍ତାରେ ନାଲକୋରୁ ଏକ ନିଛାଟିଆ ରାସ୍ତାରେ ଏକ ବାଇକ ଆରୋହୀ ଆସି ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରି ସୁନା ଚେନ ଛିନ୍ତାଇ କରି ପଳାଇଥିଲେ । ଏ ସଂପର୍କରେ ନିକଟସ୍ଥ ଥାନା ବଅଁରପାଳରେ ଏକ ଅଭିଯୋଗ କରିଥିଲେ ଅଶୋକ କୁମାର ଭଞ୍ଜ । ପୁଲିସ ଘଟଣାର ତଦନ୍ତ କରି ଆଜି ଏଫସିଆଇ ମୁଣ୍ଡା ହଂଟିର ତସଲଇମା ସାହୁ (୩୫)କୁ ଗିରଫ କରି କୋର୍ଟ ଚାଲଣ କରିଛି । ସୁଚନା ଯୋଗ୍ୟ ଯେ ଗତ ୪ ଦିନ ତଳେ ପୁଣି ସେହି ଯୁବକ ନାଲକୋ କଲୋନୀ ଭିତରୁ ଏକ ସୁନା ଚେନ ଛିନତାଇ କରୁଥିବାବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡ଼ିଥିଲେ । ସେତେବେଳେ ବାଇକରୁ ଖସିପଡ଼ିବାରୁ ସାହା ଗୁରୁତର ହୋଇ ମେଡ଼ିକାଲରେ ଚିକିସôା ହୋଇ ଫେରିବା ପରେ ଆଜି କୋର୍ଟ ଚାଲାଣ ହୋଇଛି ।