ଶୋକପ୍ରସ୍ତାବ ଆଲୋଚନା ବେଳେ କେଭିଙ୍କୁ ଦେବାଶିଷଙ୍କ ବିରୋଧ

Sep 4, 2018 - 18:54
 225
ଶୋକପ୍ରସ୍ତାବ ଆଲୋଚନା ବେଳେ କେଭିଙ୍କୁ ଦେବାଶିଷଙ୍କ ବିରୋଧ
ଭୁବନେଶ୍ୱର,୪/୯ (ସକାଳଖବର) ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ସମ୍ପର୍କରେ ସୁଦୀର୍ଘ ଲିଖିତ ଭାଷଣ ପଢୁଥିବା ବେଳେ ଶାସକ ଦଳ ସଭ୍ୟ ଶ୍ରୀ ଦେବାଶିଷ ସାମନ୍ତରାୟ ଏହାର ପ୍ରତିବାଦ କରିଥିଲେ । ସେ କହିଥିଲେ ଯେ ଲିଖିତ ଭାଷଣରେ ରାଜନୈତିକ ମନ୍ତବ୍ୟ ଦିଆଯାଉଛି । ଶ୍ରୀ ସିଂହଦେଓ ଏଥିପ୍ରତି ଗୁରୁତ୍ୱ ନଦେଇ ଭାଷଣ ପଢି ଚାଲିଥିଲେ । ଗୃହ ବାହାରେ ଶ୍ରୀ ସିଂହଦେଓ କହିଥିଲେ ଯେ କୌଣସି ରାଜନୈତିକ ଭାଷଣ ଦେଇ ନାହିଁ । ମୁଁ ମୋ ମନକଥା କହିଲି । ତାଙ୍କ ପାଇଁ ତାହା ଗ୍ରହଣୀୟ ନହୋଇପାରେ ।