କଏଦୀଙ୍କ ଅପମୃତୁ୍ୟକୁ ନେଇ ମାମଲା

Jun 18, 2018 - 14:38
 183
କଏଦୀଙ୍କ ଅପମୃତୁ୍ୟକୁ ନେଇ ମାମଲା
କଟକ,୧୮ା୬(ସକାଳସକାଳ): ଜେଲରେ ରହୁଥିବା ଅନ୍ତେବାସୀଙ୍କ ଅପମୃତୁ୍ୟ ପ୍ରସଙ୍ଗରେ କି ପ୍ରକାର ପଦକ୍ଷେପ ନିଆଯାଇଛି; ସେ ସଂକ୍ରାନ୍ତରେ ଆସନ୍ତା ୨୭ତାରିଖ ସୁଦ୍ଧା ଜଣାଇବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଚରଣ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଦେଶର ବିଭିନ୍ନ ରାଜ୍ୟର ଜେଲରେ ରହୁଥିବା କଏଦୀମାନଙ୍କ ଅପମୃତୁ୍ୟ ଘଟୁଥିବା ନେଇ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ତେବେ କୋର୍ଟ ଏହି ମାମଲାରେ ଶୁଣାଣି କରି ଦେଶର ବିଭିନ୍ନ ହାଇକୋର୍ଟକୁ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେବେ ୮ଟି ଦିଗକୁ ନେଇ ରାଜ୍ୟମାନଙ୍କରେ କଣ ସବୁ କାର୍ଯ୍ୟକାରୀ ହୋଇଛି ସେ ନେଇ ଶୁଣାଣି କରିବା ପାଇଁ ଆଦେଶ ଦେଇଥିଲେ । ଏହି ପ୍ରରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ରେଜିଷ୍ଟ୍ରାର ଜୁଡିସିଆଲ ଏକ ମାମଲା ରୁଜୁ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ ।