ଏସସିବି ମେଡିକାଲରେ ଡଷ୍ଟବିନ ନିକଟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

Dec 23, 2022 - 05:57
 46
ଏସସିବି ମେଡିକାଲରେ ଡଷ୍ଟବିନ ନିକଟରୁ ନବଜାତ ଶିଶୁପୁତ୍ର ଉଦ୍ଧାର
କଟକ: ଏସସିବି ମେଡିକାଲରେ ନବଜାତ ଶିଶୁକୁ ଡଷ୍ଟବିନ ନିକଟରୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ସୁରକ୍ଷାକର୍ମୀ ନବଜାତ ଶିଶୁକୁ ଉଦ୍ଧାର କରି ଏସଏନସିୟୁରେ ଭର୍ତ୍ତି କରିଥିବା ଜଣାଯାଇଛି।ଉଦ୍ଧାର ହୋଇଥିବା ଶିଶୁଟି ଏକ ପୁତ୍ର ସନ୍ତାନ ବୋଲି ସୂଚନା ମିଳିଛି। ତେବେ ପ୍ରସବ ପରେ କିପରି ନବଜାତ ଶିଶୁ ଡଷ୍ଟବିନ ପାଖକୁ ଆସିଲା ସେ ନେଇ ତନାଘନା ଜାରି ରହିଛି। ଏହି ଘଟଣା କଟକ ଏସସିବିରେ ଚର୍ଚ୍ଚାର ବିଷୟ ହୋଇଛି।