ଶୀତଦିନିଆ ତୋଫାନ ‘ବମ୍‌ ସାଇକ୍ଲୋନ୍‌’ ଯୋଗୁଁ ଆମେରିକାରେ ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

Dec 23, 2022 - 05:59
 47
ଶୀତଦିନିଆ ତୋଫାନ ‘ବମ୍‌ ସାଇକ୍ଲୋନ୍‌’ ଯୋଗୁଁ ଆମେରିକାରେ ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ
ୱାସିଂନଟ୍‌: ଭୀଷଣ ତୁଷାରପାତ ଏବଂ ନିମ୍ନ ତାପମାତ୍ରା ଯୋଗୁଁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ୨,୨୭୦ଟି ବିମାନ ଚଳାଚଳ ବାତିଲ କରାଯାଇଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ତୁଷାର, ବର୍ଷା, ବରଫ, ପବନ ଏବଂ ନିମ୍ନ ତାପମାତ୍ରା ଯୋଗୁଁ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ବିମାନ, ବସ୍‌ ଓ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ‘ଫ୍ଲାଇଟ୍‌ ଟ୍ରାକିଙ୍ଗ୍‌ ସାଇଟ୍‌’ ‘ଫ୍ଲାଇଟ୍‌ଅୱେର୍‌’ କହିବା ଅନୁସାରେ, ଗୁରୁବାର ସନ୍ଧ୍ୟା ସୁଦ୍ଧା ଏୟାର୍‌ଲାଇନ୍‌ ୨,୨୭୦ଟି ଆମେରିକୀୟ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ ଶୁକ୍ରବାର ପାଇଁ ପ୍ରାୟ ୧୦୦୦ ବିମାନ ବାତିଲ କରାଯାଇଛି।‘ସିଏନ୍ଏନ୍‌’ ରିପୋର୍ଟ ଅନୁସାରେ, ଶନିବାର ଦିନ ପାଇଁ ମଧ୍ୟ ୮୫ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ଆଗକୁ ବଡ଼ଦିନ ଥିବାରୁ ବିମାନ ଚଳାଚଳ ବାତିଲ ଯୋଗୁଁ ୧୩୫ ନିୟୁତ ଜନତା ପ୍ରଭାବିତ ହେବେ।