JNU ତେଜିଲା ବାବ୍ରୀ ମସଜିଦ୍ ନିର୍ମାଣ ଦାବି, ଏକାଠି ହେଲେ ଛାତ୍ର ସଂଗଠନ

Dec 7, 2021 - 12:28
 70
JNU ତେଜିଲା ବାବ୍ରୀ ମସଜିଦ୍ ନିର୍ମାଣ ଦାବି, ଏକାଠି ହେଲେ ଛାତ୍ର ସଂଗଠନ
ନୂଆଦିଲ୍ଲୀ ୦୭/୧୨: ପୁଣି ଚର୍ଚ୍ଚାରେ ଜବାହାରଲାଲ ନେହରୁ ୟୁନିଭରସିଟି । ଡିସେମ୍ୱର ୬ରେ ଅର୍ଥାତ୍ ସୋମବାର ଜେଏନୟୁରେ ଅଘଟଣ ଘଟିଛି । ଏଠାରେ ବାବ୍ରୀ ମସଜିଦ୍ ସମର୍ଥନରେ ବିରୋଧ ପ୍ରଦର୍ଶନ କରାଯାଇଛି । କେବଳ ସେତିକି ନୁହେଁ ଅଭିଯୋଗ ହେଉଛି କି ବାବ୍ରୀ ମସଜିଦ୍ ସମର୍ଥନ ନାରା ଦେଇ ପୁଣିଥରେ ନିର୍ମାଣ କରିବାକୁ ଦାବି କରିଛନ୍ତି । ଡିସେମ୍ୱର ୬ରାତିରେ ପ୍ରୋଟେଷ୍ଟ ମାର୍ଚ୍ଚ ହୋଇଥିଲା । କାରଣ ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ୍ ଭଙ୍ଗା ହୋଇଥିଲା । ଯାହାକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଥିଲା । ଏହାରି ଭିତରେ ଜେଏନୟୁ ଛାତ୍ରସଂଘର ଉପାଧ୍ୟକ୍ଷ ସାକେତ ମୁନ୍ ଏବଂ ଉପସ୍ଥିତ ଥିବା ବାମପନ୍ଥୀ ନେତାମାନେ ମସଜିଦକୁ ପୁଣିଥରେ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ଏହି ବିରୋଧ ପ୍ରଦର୍ଶନ ସମୟରେ ସ୍ଲୋଗାନ ଶୁଣିବାକୁ ମିଳିଥିଲା । ସ୍ଲୋଗାନ ଥିଲା ନାଁ ସହିବୁନି ହସିମପୁରା, ନାହିଁ କରିବୁ ଦାଦରୀ, ପୁଣି ତିଆରି କର ବାବରୀ । ଏଥିରେ ହସିମପୁରା ଏବଂ ଦାଦରୀ ବିଷୟରେ ଚର୍ଚ୍ଚା ହୋଇଥିଲା । ଏ ସେହି ସ୍ଥାନ ଯେଉଁଠାରେ ହିନ୍ଦୁ-ମସଜିଦ୍ ଦଙ୍ଗା ହୋଇଥିଲା । ଠିକ୍ ଏହିପରି ବାବ୍ରୀରେ ବି ଦଙ୍ଗା ହୋଇଥିଲା । ଏହା ଅତ୍ୟନ୍ତ ଅନ୍ୟାୟ । ଏପରିସ୍ଥିତିରେ ପୁଣିଥରେ ମସଜିଦ୍ ନିର୍ମାଣ କରି ସବୁ ଠିକା ଠାକ କରନ୍ତୁ । ଜେଏନୟୁ ଦ୍ୱାରା ହୋଇଥିବା ବିରୋଧ ପ୍ରଦର୍ଶନ ରାତି ୮.୩୦ ରେ ହୋଇଥିଲା । ଗଙ୍ଗା ଢାବାରେ ଏକାଠି ହୋଇଥିଲେ ଅନେକ ସଂଖ୍ୟାରେ ଛାତ୍ର । ଏଠାରୁ ବିକ୍ଷୋଭ ଆରମ୍ଭ ହୋଇ ଚନ୍ଦ୍ରଭାଗା ହଷ୍ଟେଲ ପର୍ଯ୍ୟନ୍ତ ଯାଇଥିଲା ।