ଏମଏସଏମଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ୧୨ଟି ଯୋଜନାର ପ୍ରଚଳନ

Nov 2, 2018 - 18:15
 177
ଏମଏସଏମଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ୧୨ଟି ଯୋଜନାର ପ୍ରଚଳନ
ନୂଆଦିଲ୍ଲୀ ୨/୧୧ (ସକାଳଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଲାଗି ଐତିହାସିକ ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମବୀ ୧୨ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରଚଳନ କରିଛନ୍ତି, ଯାହା ଦେଶରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି, ସମ୍ପ୍ରସାରଣ ଏବଂ ସୁବିଧା କ୍ଷେତ୍ରରେ ସହାୟକ ହେବ । ଭାରତରେ ଏମଏସଏମଇଗୁଡ଼ିକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ, ଲୁଧିଆନାର ବୁଣାବସ୍ତ୍ର ଏବଂ ବାରାଣାସୀର ସାଢ଼ି ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମବୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ସଂସ୍କାରର ସଫଳତା, ୪ ବର୍ଷ ମଧ୍ୟରେ "ବ୍ୟବସାୟିକ ସୁଗମତା' ମାନ୍ୟତାରେ ଭାରତର ସ୍ଥାନ ୧୪୨ରୁ ୭୭ରେ ପହଁଚିବା ଦ୍ୱାରା ଆକଳନ କରିହେବ । ଏମଏସଏମଇ କ୍ଷେତ୍ରକୁ ସୁବିଧା ଯୋଗାଇ ଦେବା ଲାଗି ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ସେଗୁଡ଼ିକ ହେଲା ଋଣ ଉପଲ୨ତା, ବଜାର ସୁବିଧା, ପ୍ରଯୁକ୍ତିଭିତିକ ଅତ୍ୟାଧୁନିକରଣ, ବ୍ୟବସାୟିକ ସୁଗମତା ଏବଂ କର୍ମଚାରୀଙ୍କ ମଧ୍ୟରେ ନିରପତା ଭାବନା । ସେ କହିଥିଲେ ଯେ ଏହି କ୍ଷେତ୍ରରେ ଦୀପାବଳିର ଉପହାର ସ୍ୱରୂପ, ସେ ଆଜି ଘୋଷଣା କରୁଥିବା ୫ଟି ଦିଗକୁ ଛୁଇଁପାରିବ । ପ୍ରଥମ ଘୋଷଣା ଭାବେ, ଏମଏସଏମଇଗୁଡ଼ିକୁ ସହଜ ଋଣ ଯୋଗାଇବା ଲାଗି ୫୯ ମିନିଟ ଋଣ ପୋର୍ଟାଲର ଶୁଭାରମ୍ଭ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏହି ପୋର୍ଟାଲ ମାଧ୍ୟମରେ ମାତ୍ର ୫୯ ମିନିଟରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଲାଗି ନୀତିଗତ ମଞ୍ଜୁରି ମିଳିପାରିବ । ଜିଏସଟି ପୋର୍ଟାଲ ଜରିଆରେ ଏହି ପୋର୍ଟାଲର ଲିଙ୍କ ଉପଲ୨ କରାଯିବ ବୋଲି ସେ କହିଥିଲେ । ପ୍ରଧାନମବୀ ଭରସା ଦେଇ କହିଥିଲେ ଯେ ନୂତନ ଭାରତରେ କାହାରିକୁ ବାରଙ୍କାର ବ୍ୟାଙ୍କ ଶାଖାକୁ ଦୌଡ଼ିବାକୁ ପଡ଼ିବ ନାହିଁ । ବର୍ଦ୍ଧିତ ଋଣ ବା ନୂଆ ଋଣ ଉପରେ ସମସ୍ତ ଜିଏସଟି ପଞ୍ଜିକୃତ ଏମଏସଏମଇଗୁଡ଼ିକୁ ୨ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଛାଡ଼ କରାଯିବ ବୋଲି ଦ୍ୱିତୀୟ ଘୋଷଣା କରିଥିଲେ । ପ୍ରେରଣ-ପୂର୍ବରୁ ଏବଂ ପ୍ରେରଣ-ପରବର୍ତୀ ଅବଧି ଲାଗି ଯେଉଁ ରପ୍ତାନୀକାରୀମାନେ ଋଣ ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ସୁଧ ରିହାତିକୁ ୩ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି କରାଯିବା ଲାଗି ପ୍ରଧାନମବୀ ଘୋଷଣା କରିଥିଲେ । ତୃତୀୟ ଘୋଷଣା ସ୍ୱରୂପ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦୦ କୋଟିରୁ ଅଧିକ କାରବାର କରୁଥିବା ସମସ୍ତ କମ୍ପାନୀକୁ ଏଣିକି ବାଧ୍ୟତାମୂଳକ ଭାବେ "ଟ୍ରେଡ ରିସିଭେବଲ୍ସ ଇ-ଡିସ୍କାଉଂଟିଂ ସିଷ୍ଟମ'' (ଟିଆରଇଡିଏସ) ମଧ୍ୟକୁ ଅଣାଯିବ । ସେ କହିଥିଲେ ଯେ ଏହି ପୋର୍ଟାଲରେ ଯୋଡ଼ି ହେବା ଦ୍ୱାରା ଉଦ୍ୟୋଗୀମାନେ ସେମାନଙ୍କର ପରବର୍ତୀ ପ୍ରାପ୍ତିଗୁଡ଼ିକ ଉପରେ ଆଧାରିତ ଋଣ ବ୍ୟାଙ୍କ ଠାରୁ ପାଇପାରିବେ । ଚତୁର୍ଥ ଘୋଷଣା ବଜାର ସୁବିଧା ପରିପ୍ରେକ୍ଷୀରେ ରାଷ୍ଟ୍ରାୟତ କ୍ଷେତ୍ରର କମ୍ପାନୀଗୁଡ଼ିକୁ ଏବେ ସେମାନଙ୍କ ମୋଟ କ୍ରୟର ୨୦ ପ୍ରତିଶତ ବଦଳରେ ୨୫ ପ୍ରତିଶତ କ୍ରୟ ଏମଏସଏମଇଗୁଡ଼ିକ ଠାରୁ ନେବା ଲାଗି ନିଦେ୍ର୍ଧଶ ଦିଆଯାଇଛି । ମହିଳା ଉଦ୍ୟୋଗୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ପଂଚମ ଘୋଷଣା କରୁଥିବା କହିଥିଲେ । ସେ କହିଥିଲେ ଯେ ଏମଏସଏମଇଗୁଡ଼ିକ ଠାରୁ କରାଯାଉଥିବା ୨୫ ପ୍ରତିଶତ ବାଧ୍ୟତାମୂଳକ କ୍ରୟ ମଧ୍ୟରୁ ୩ ପ୍ରତିଶତ ନି୧⁄୨ିତ ଭାବେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସଂରକ୍ଷିତ ରଖାଯିବ । ପ୍ରଧାନମବୀ କହିଥିଲେ ଯେ ଜିଇଏମରେ ବର୍ତମାନସୁଦ୍ଧା ୧.୫ ଲକ୍ଷ ଯୋଗାଣକାରୀ ପଞ୍ଜିକୃତ ହୋଇସାରିଛନ୍ତି, ଏମାନଙ୍କ ମଧ୍ୟରୁ ୪୦,୦୦୦ ଏମଏସଏମଇ ଉଦ୍ୟୋଗ । ସେ କହିଥିଲେ ଯେ ତାଙ୍କର ଷଷ୍ଠ ଘୋଷଣା ହେଉଛି ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଏଣିକି ବାଧ୍ୟତାମୂଳକ ଭାବେ ଜିଇଏମର ଏକ ଅଂଶବିଶେଷ ହେବେ । ସେ କହିଥିଲେ ଯେ ସେମାନେ ସେମାନଙ୍କ ସମସ୍ତ ଭେଣ୍ଡରମାନଙ୍କୁ ଜିଇଏମରେ ନି୧⁄୨ିତ ଭାବେ ପଞ୍ଜିକୃତ କରିବେ । ପ୍ରଯୁକ୍ତିଭିତିକ ଅତ୍ୟାଧୁନିକୀକରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବ୍ୟାପୀ ଥିବା ଟୁଲ ରୁମଗୁଡ଼ିକ ଉତ୍ପାଦ ଡିଜାଇନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ତାଙ୍କର ସପ୍ତମ ଘୋଷଣା ଥିଲା ଦେଶବ୍ୟାପୀ ୨୦ଟି ହବ୍ ନିର୍ମାଣ କରାଯିବ ଏବଂ ଟୁଲ ରୁମ ଆକାରରେ ୧୦୦ଟି ସ୍ପୋକ ପ୍ରତିଷ୍ଠା କରାଯିବ ।ବ୍ୟବସାୟିକ ସୁଗମତା ପ୍ରସଙ୍ଗରେ ଅଷ୍ଟମ ଘୋଷଣାନାମା ଫାର୍ମା କମ୍ପାନୀଗୁଡ଼ିକ ସହ ଜଡ଼ିତ । ଫାର୍ମା/ଔଷଧ ନିର୍ମାତା ଏମଏସଏମଇଗୁଡ଼ିକ ପାଇଁ କ୍ଲଷ୍ଟର ସୃଷ୍ଟି କରାଯିବ । ସେ କହିଥିଲେ ଯେ ଏସବୁ କ୍ଲଷ୍ଟର ପ୍ରତିଷ୍ଠା କରାଯିବାର ୭୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବମ ଘୋଷଣା ହେଉଛି ସରକାରୀ ପ୍ରକ୍ରିୟାକୁ ସହଜ କରିବା ସମ୍ପର୍କରେ । ସେ କହିଥିଲେ ନବମ ଘୋଷଣା ହେଉଛି ୮ଟି ଶ୍ରମ ଆଇନ ଏବଂ ୧୦ଟି କେନ୍ଦ୍ରୀୟ ନିୟାମକ ଅଧୀନରେ ରିଟର୍ଣ୍ଣ ଏବେ ଗୋଟିଏ ବର୍ଷରେ ଥରେ ନି୧⁄୨ିତ ଭାବେ ଫାଇଲ କରାଯିବ । କମ୍ପୁ୍ୟଟର ଆଧାରିତ ରେଣ୍ଡମ୍ ପଦ୍ଧତି ଜରିଆରେ ଉଦ୍ୟୋଗଗୁଡିକୁ ଇନ୍ସପେକ୍ଟରଙ୍କ ଗସ୍ତ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଦଶମ ଘୋଷଣା କରିଥିଲେ । ପ୍ରଧାନମବୀ ଉଲ୍ଲେଖ କରିଥିଲେ ଯେ ଗୋଟିଏ ୟୁନିଟ ପ୍ରତିଷ୍ଠା କରିବାର ଅଂଶବିଶେଷ ସ୍ୱରୂପ ଜଣେ ଉଦ୍ୟୋଗୀଙ୍କୁ ଦୁଇଟି ଅନୁମତି ହାସଲ କରିବାକୁ ହେବ ପ୍ରଥମେ ପରିବେଶ ମଞ୍ଜୁରି ଏବଂ ପ୍ରତିଷ୍ଠା କରିବାର ଅନୁମତି । ଏକାଦଶ ଘୋଷଣା ଭାବେ ସେ କହିଥିଲେ ଯେ ବାୟୁ ପ୍ରଦୂଷଣ ଏବଂ ଜଳପ୍ରଦୂଷଣ ଆଇନ ଅଧୀନରେ ଏହି ଉଭୟ ପାଇଁ ଏଣିକି ଥରେ ଅନୁମତି ଆଣିବାକୁ ପଡ଼ଇବ । ସେ ଆହୁରି କହିଥିଲେ ଯେ ସ୍ୱ-ମାନ୍ୟତା ମାଧ୍ୟମରେ ରିଟର୍ଣ୍ଣ ଗ୍ରହଣ ହେବ । ଦ୍ୱାଦଶ ଘୋଷଣା ଭାବେ ପ୍ରଧାନମବୀ ଏକ ଅଧ୍ୟାଦେଶ ଅଣାଯିବା ଲାଗି ଘୋଷଣା କରିଥିଲେ । ଯାହାର ଅଧୀନରେ କମ୍ପାନୀ ଆଇନର ସାଧାରଣ ଉଲ୍ଲଙ୍ଘନ କ୍ଷେତ୍ରରେ ଉଦ୍ୟୋଗୀଙ୍କୁ ଏଣିକି ଆଉ କୋର୍ଟକୁ ଯିବା ପଡ଼ିବ ନାହିଁ, ବରଂ ସେମାନେ ଏହାକୁ ସାଧାରଣ ପ୍ରକ୍ରିୟା ଜରିଆରେ ସମାଧାନ କରିପାରିବେ । ପ୍ରଧାନମବୀ ମଧ୍ୟ ଏମଏସଏମଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସାମାଜିକ ନିରାପତା ବିଷୟରେ କହିଥିଲେ । ସେ କହିଥିଲେ ଯେ ଜନଧନ ଏକାଉଂଟ, ପ୍ରୋଭିଡେଂଟ ଫଣ୍ଡ ଏବଂ ବୀମା ସୁବିଧା ଯେପରି ସେମାନେ ହାସଲ କରିପାରିବେ ତାହା ସୁନି୧⁄୨ିତ କରିବା ଲାଗି ଏକ ଅଭିଯାନ ଆରମ୍ଭ କରାଯିବ । ପ୍ରଧାନମବୀ କହିଥିଲେ ଯେ ଏହି ନିଷ୍ପତିଗୁଡ଼ିକ ଭାରତରେ ଭାରତରେ ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବାରେ ଦୀର୍ଘସ୍ଥାୟୀ ଭାବେ ଫଳପ୍ରଦ ହେବ । ସେ କହିଥିଲେ ଯେ ଏହି ଜନସମ୍ପର୍କ କାର୍ଯ୍ୟକ୍ରମକୁ ଆସନ୍ତା ୧୦୦ ଦିନ ମଧ୍ୟରେ ବ୍ୟାପକ ଭାବେ କାର୍ଯ୍ୟାନ୍ୱୟନ କରାଯିବ ।