କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷାକୁ ଆକର୍ଷଣୀୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଧଶ

Jan 5, 2019 - 18:04
 171
କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷାକୁ ଆକର୍ଷଣୀୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଧଶ
ଭୁବନେଶ୍ୱର, ୫/୧(ସକାଳଖବର): ଓଡ଼ିଶାରେ ତାଲିମ ପ୍ରାପ୍ତ ଯୁବକ ଯୁବତୀ ମାନଙ୍କର କର୍ମ ନିୟୋଜନ ଏବଂ ଆତ୍ମ ନିଯୁକ୍ତି ସୁଯୋଗ ବଢ଼ାଇବା ନିମନ୍ତେ ସ୍ୱୀକୃତି ପ୍ରାପ୍ତ ସର୍ବେକ୍ଷକ (ଲାଇନସେନସଡ଼ ସର୍ଭେୟର) କୌଶଳ ତାଲିମ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଂଜୟ କୁମାର ସିଂ ଲାଇନସେନସଡ଼ ସର୍ଭେୟର ତାଲିମର ଆବଶ୍ୟକତା ଓ ସେମାନଙ୍କର ବଜାର ଚାହିଦା ବିଷୟରେ ସବିଶେଷ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପ୍ରସ୍ତାବର ଆବଶ୍ୟକତାକୁ ବିଚାର କରି ଏହାକୁ ରାଜ୍ୟର ପଲିଟେକନିକ ଏବଂ ଇଂଜିନିୟରିଂ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଥିଲେ । ଆସନ୍ତା ୨୦୧୯-୨୦୨୦ ଶିକ୍ଷାବର୍ଷରୁ ଏହା ଆରମ୍ଭ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଥିଲେ । ଏହାଛଡ଼ା ଚଳିତ ଜାନୁୟାରୁ ମାସ ଶେଷ ସୁଦ୍ଧା ଭୁବନେଶ୍ୱର ସରକାରୀ ପଲିଟେକନିକ୍ କଲେଜରେ ଏକ ସ୍ୱଳ୍ପ-ସୂତ୍ରୀ ମଡୁଲାର କୋର୍ସ ଆରମ୍ଭ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ବିଭାଗୀୟ ଶାସନ ସଚିବ ଶ୍ରୀ ସିଂ ଜଣାଇଥିଲେ ଯେ, ଲାଇସେନସଡ଼ ସର୍ଭେୟର ତାଲିମ ପାଇଁ ତାଲିମ ବିଷୟବସ୍ତୁ ସ୍ଥିର କରାଯାଇଛି । ଏଥିରେ ପାରମ୍ପରିକ ସର୍ଭେ, ବୈଦୁତିକ ସର୍ଭେ ଏବଂ ଅତ୍ୟାଧୁନିକ ଡି.ଜି.ପି.ଏସ୍ ସର୍ଭେ କୌଶଳ ଆଦି ଶିକ୍ଷା ଦିଆଯିବ । ସମୁଦାୟ ପାଠ୍ୟକ୍ରମରେ ୬୦% କ୍ଷେତ୍ରଭିତକ ପ୍ରାକ୍ଟିକାଲ ଶିକ୍ଷା ହେବ । ମଡୁଲାର କୋର୍ସରେ ତାଲିମ ଅବଧି ତିନିମାସ ହେବ ଏବଂ ଏହା ସ୍ୱୟଂ-ବିତୀୟ ବ୍ୟବସ୍ଥା ଭିତିକ ହେବ ବୋଲି ଶ୍ରୀ ସିଂ କହିଥିଲେ । ତାଲିମ ଗ୍ରହୀତା ସମୁଦାୟ ୮ ହଜାର ଟଙ୍କା କୋର୍ସ-ଫିସ୍ ବାବଦରେ ଦେବେ । ପ୍ରଥମ ବ୍ୟାଚରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଏମାନଙ୍କ ମଧ୍ୟରେ ୨୦ ଜଣଙ୍କୁ ସିଭିଳ ଇଂଜିନିୟରିଂ ଡିପ୍ଲୋମା ଏବଂ ୨୦ ଜଣଙ୍କୁ ବି.ଏସ.ସି. ଇଂଜିନିୟରିଂରୁ ନିଆଯିବ । ୨୦୧୯-୨୦ ଆର୍ଥିକ ବର୍ଷରୁ ପଲିଟେକନିକ୍ ଏବଂ ଇଂଜିନିଅରିଂ ପାଠ୍ୟକ୍ରମର ୫ମ ଏବଂ ୬ଷ୍ଠ ସେମିଷ୍ଟାରରେ ଏହା ତାଲିମକୁ ସନ୍ନିବେଶିତ କରାହେବ । ଏଥିପାଇଁ ମଧ୍ୟ ଇଂଟରନସିପ୍ ର ବ୍ୟବସ୍ଥା ମଧ୍ୟ ରହିବ ବୋଲି ଶ୍ରୀ ସିଂ କହିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଂଜୟ ସିଂ, ଓରସାକ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ, ବୈଷୟିକ ଶିକ୍ଷା ନିଦେ୍ର୍ଧଶକ ବଲବନ୍ତ ସିଂ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଶଶସନ ସଚିବ ସଂଗ୍ରାମ ମହାପାତ୍ର ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।