ମୃତ ତିନି ଓଡ଼ିଆ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ

Aug 7, 2018 - 18:34
 203
ମୃତ ତିନି ଓଡ଼ିଆ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ
ଗଞ୍ଜାମ୭/୮ (ସକାଳଖବର): ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଗ୍ରାନାଇଡ୍ ପଥର ଖାଦାନ ବିସ୍ଫୋରଣରେ ପ୍ରାଣ ହରାଇଥିବା ତିନି ଜଣ ଓଡ଼ିଆ ଶ୍ରମିକଙ୍କ ଶବ ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ପହଂଚିବା ପରେ ଆଜି ନିଜ ନିଜ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ପ୍ରଶାସନିକ ଅଧିକାର ଓ ଲୋକ ପ୍ରତିନିଧି ମାନେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସ୍ଥାନୀୟ ତହସିଲଦାର ମୃତକଙ୍କ ପରିବାରର ଲୋକଙ୍କୁ ଭେଟି ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରଛନ୍ତି ।