ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ

Oct 2, 2018 - 17:09
 173
ବାରିପଦା,୦୨/୧୦ (ସକାଳଖବର): ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ଅନୁଦାନ ପରିସରଭୂକ୍ତ କରାଯିବା, ଚାକିରୀ ସର୍ତ୍ତାବଳୀ ଆଧାରରେ ଅବସରକାଳୀନ ସୁବିଧା ସୁଯୋଗ ଲାଗୁ କରାଯିବା, ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସପ୍ତମ ବେତନ କମିଶନ ଲାଗୁ କରାଯିବା, ଅନୁଦାନ ଦେବା ଆଳରେ ସତ୍ୟପାଠ ଅଥବା ଲିଖିତ ସୂଚନା ଦେବା ପାଇଁ ଜାରି କରାଯାଇଥିବା ଆଦେଶନାମାର ପ୍ରତ୍ୟାହାର, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ ଲାଗୁ କରାଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶି ଓ ଇପିଏ‘ ବାବଦରେ ଅର୍ଥ ତୁରନ୍ତ ପ୍ରଦାନ କରାଯିବା, ସମସ୍ତ ସ୍କୁଲ ଓ କଲେଜଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନଙ୍କ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରାଯିବା ଆଦି ୯ ଦଫା ଦାବି ନେଇ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମଞ୍ଚର ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଷ୍ଟିଅରିଂ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅନଶନ କରାଯାଇଥିଲା । ଉକ୍ତ ଅନଶନରେ ମୟୂରଭଞ୍ଜ ମିଳିତ ମଞ୍ଚର ଆବାହକ ଚିତ ରଞ୍ଜନ ପଳତା, ଭରତ ଚନ୍ଦ୍ର ବରାଳ, ଦୁର୍ଯେ୍ୟାଧନ ବେହେରା, ସତ୍ୟା ନାରାୟଣ ଭୋଳ, ଡ଼କ୍ଟର ଚନ୍ଦ୍ର ଶେଖର ମହାନ୍ତ, ଷ୍ଟିଆରିଂ କମିଟି ସଦସ୍ୟା ଯାଝ୍ଞସେନୀ ରାୟ, ସଂଗ୍ରାମ କେଶରୀ ମଲ୍ଲିକ, ୨୦୪ ଅନୁଦାନ ପ୍ରାପ୍ତ ସ୍କୁଲ, ୬୬୨ ବର୍ଗର ୫୭ କଲେଜ ଓ ୪୮୮ ବର୍ଗର ୩୭ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସମେତ ଓଷ୍ଟାର ମୟୂରଭଞ୍ଜ ଜିଲ୍ଲାର ସଦସ୍ୟଗଣ ଉପସ୍ଥିତ ରହିଥିଲେ ।