ଏଟିଏମ୍‌ ମେସିନ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Jan 22, 2023 - 15:10
 39
ଏଟିଏମ୍‌ ମେସିନ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଉମରକୋଟ: ଏଟିଏମ୍‌ ମେସିନ୍‌ ଭାଙ୍ଗି ଟଙ୍କା ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏପରି ଅପରାଧିକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଧଡ୍ରା ଅଞ୍ଚଳରେ ଘଟିଛି। ଧଡ୍ରା ମୁଖ୍ୟ ରାସ୍ତା ପାଖରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌ ମେସିନରୁ ଏହି ଲୁଟ୍‌ ହୋଇଛି। ଶନିବାର ବା ଗତରାତିରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟିନେଇଥିବଅଭିଯୋଗ ହୋଇଛି। ପୂର୍ବରୁ ଏଟିଏମ୍‌ରେ ୨ଲକ୍ଷ ଟଙ୍କା ଥିବାବେଳେ ଗତକାଲି ପୁଣି ୩୦ ଲକ୍ଷ ଟଙ୍କା ରଖାଯାଇଥିଲା। କିନ୍ତୁ ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟିଛନ୍ତି ତାହା ସଠିକ୍‌ ଭାବେ ଜଣାପଡ଼ିନି। ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବା ପରେ ତଦନ୍ତ ଆଗକୁ ଆଗେଇବ ବୋଲି ପୋଲିସ ଜଣାଇଛି।