ବନହରପାଲୀରେ ୧୩୨୦ ମେଗାୱାଟର ବିଦୁ୍ୟତ ପ୍ରକଳ୍ପ ଲୋକାର୍ପିତ

Mar 1, 2019 - 18:36
 170
ବନହରପାଲୀରେ ୧୩୨୦ ମେଗାୱାଟର ବିଦୁ୍ୟତ ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ୱର,୧/୩(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତକରି ବନହରପାଲୀଠାରେ ଓପିଜିସିର ୬୬୦ ମେଗାୱାଟ ବିଶିଷ୍ଟ ଦୁଇଟି ୟୁନିଟ୍ ବିଦୁ୍ୟତ ସମ୍ପ୍ରସାରଣ ପ୍ରକଳ୍ପ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ଜନସାଧାରଣଙ୍କୁ ଉନ୍ନତମାନର ବିଦୁ୍ୟତ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଭିତିଭୂମିର ବିକାଶ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶକ୍ତି କ୍ଷେତ୍ରରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିଛି ଏବଂ ଆଗାମୀ ୨୫ବର୍ଷ ପାଇଁ ସାରା ରାଜ୍ୟରେ ଜନସାଧାରଣଙ୍କୁ ନିରନ୍ତର ବିଦୁ୍ୟତ ଯୋଗାଣ କରାଯାଇପାରିବ । ରାଜ୍ୟର ସବୁ ଗାଁକୁ ବିଦୁ୍ୟତ ଯୋଗାଇ ଦିଆଯାଇଥିବାବେଳେ, ୧କୋଟି ପରିବାରକୁ ବିଦୁ୍ୟତ ସଂଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଏହି ବିଦୁ୍ୟତ ଉପôାଦନ କେନ୍ଦ୍ର ପାଇଁ ଓଡ଼ିଶା କୋଲ ଆଣ୍ଡ ପାୱାର ଲିମିଟେଡ ଜରିଆରେ ମନୋହରପୁର କୋଲ ବ୍ଲକରୁ ବର୍ଷକୁ ୮ ମିଲିଅନ ଟନ୍ କୋଇଲା ଯୋଗାଇ ଦିଆଯାଉଛି । ପ୍ରଦୁ୍ୟଷଣ ରୋକିବା ପାଇଁ ଏଥିରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାରମାନଙ୍କୁ ଏକ ନୂତନ କଲୋନୀରେ ଅବସ୍ଥାପିତ କରାଯାଇ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଭିତିଭୂମି ସହିତ ପିଲାମାନଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଉଛି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା, ବିଶେଷକରି ବନହରପାଲୀର ଜନସାଧାରଣ, ଶକ୍ତି ବିଭାଗ ଓ ଓିପିଜିସିର କର୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇ ସେଠାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୩୩୬.୬୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପ ଉଦଘାଟନ କରିବା ସହିତ ୩୦୯.୭୮ କୋଟି ଟଙ୍କାର ୧୯ଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ରଖିଥିଲେ । ଏହିସବୁ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଚାଷୀ, ମହିଳା ଓ ଯୁବସମାଜର ଉନ୍ନତି ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । କାଳିଆ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ୩୦ଲକ୍ଷ ଚାଷୀ ସାମିଲ ହେବା ସହିତ ଆଉ ୧୦ ଲକ୍ଷ ଚାଷୀଙ୍କୁ ମଧ୍ୟ ସାମିଲ କରାଯିବ । କାଳିଆ ଯୋଜନା ବନ୍ଦ ହୋଇଯିବ ବା ଏହି ଯୋଜନା ଟଙ୍କା ଫେରାଇବାକୁ ହେବ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ଏହା ଚାଷୀମାନଙ୍କର ହକ୍ । ଚାଷୀମାନଙ୍କ ଟଙ୍କା । ଏହାକୁ ସେମାନେ ଚାଷ କାମରେ ଲଗାଇବେ ।