ଜୟପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ, ୩୧ଟି ପ୍ରକଳ୍ପର ଉଦ୍ଘାଟନ

Feb 5, 2019 - 17:52
 159
ଜୟପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ, ୩୧ଟି ପ୍ରକଳ୍ପର ଉଦ୍ଘାଟନ
ଜୟପୁର, ୫/୨(ସକାଳଖବର): ଜୟପୁର ନିକଟସ୍ଥ ବାଙ୍କବିଜା ପଡିଆ ଠାରେ ଯୁବ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ଯୁବ ବାହିନି ଦ୍ୱାରା ଏହା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଯୋଗଦେଇଥିଲେ । ଅବିଭକ୍ତ କୋରାପୁଟ ଜିଲାର ନବରଙ୍ଗପୁର, ମାଲକାନଗିରି, ରାୟଗଡା ଓ କୋରାପୁଟ ଜିଲା କୁ ନେଇ ଏହି ସମାବେଶ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ବିଜୁ ଯୁବ ବାହିନିର ପ୍ରାୟ ୬୦ ହଜାର ଯୁବକ ଜନସମାବେଶ ହୋଇଥିଲା । ଯୁବ ବାହିନିର ସଦସ୍ୟମାନେ ବାତ୍ୟା ସମୟରେ ଅବଦାନ ସମ୍ପର୍କରେ ମଧ୍ୟ ବକ୍ତବ୍ୟ ରଖିବେ । ପରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ୫ଜଣ ବିଜୁ ବାହନିର ସଦସ୍ୟ ଜନ ସାଧାରଣଙ୍କ ନିକଟରେ ପହଂଚାଇଥିଲେ । ଅଡିଓ ଭିଜୁଆଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁ ହିରୋର ଅଡିଓ ଭିଜୁଆଲ, କରିବା ସହ ସ୍ଥାନୀୟ କଳା ସହ ବଲିଉଡର କାୟକ ସନୁନିଗମ ଓ ଗ୍ରୁଫ ସାସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।୧୧ ଶହ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୩୧ଟି ଜନହିତକର ପ୍ରକଳ୍ପରର ଉଦଘାଟିତ ସହ ୭୪୮ ଶହ କୋଟି ଟଙ୍କାର ନୁତନ ୯୪ଟି ପ୍ରକଳ୍ପ ଭିତିପ୍ରସ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ । ସହରାଂଚଳର ଭୂମିହୀନଙ୍କୁ ପଟ୍ଟା ପ୍ରଦାନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସଭା ସାସଂଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଥମେ ଯୁବକମାନଙ୍କୁ ବିଭିନ୍ନ ମାର୍ଗଦର୍ଶନ କରିଥିଲେ । ଅରୁ ପଟ୍ଟନାୟକ ସ୍ୱାଗତ ଭାଷଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ୱାରା ସରାକରୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବାକୁ ମଂଚରେ ଯୁବ ବାହିନିକୁ ଆହ୍ୱାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦଭୋଦନରେ ସମସ୍ତଙ୍କୁ ଆଜି ତେଲଙ୍ଗରି ପ୍ରକଳ୍ପ ଉଦଘାଟିତ ହୋଇଛି ଆପାଣମାନେ ଖୁସିତ ବୋଲି ପଚାରିଥିଲେ । ଆଜି ୨ ହଜାର କୋଟି ଟଙ୍କାର ଯୋଜନା ଉଦଘାଟିତ ହୋଇଗଲା ଆପଣ ମାନେ ଖୁସି ତ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ । କେବକେ ଅଂଚଳର ବିକାଶ ସବୁ ବେଳେ ମୋର ପ୍ରାଥମିକତା ହୋଇଆସିଛି । ଏ ଅଂଚଳର ଯୋଗାଯୋଗର ବିକାଶ ପାଇ ବିଭିନ୍ନ ପଦକ୍ଷେପ ନେଉଛୁ । ଆଜି କୋରାପୁଟର ଯୋଗାଯୋଗର ଉନ୍ନତି ପାଇ ୩ଟି ଘୋଷଣା କରୁଛି । ଲମତାପୁଟର ସିନ୍ଧିପୁଟ ନିକଟରେ ବ୍ରିଜ , ମୁରାନ ଡ୍ୟାମର ଦଶମନ୍ତପୁର ବ୍ଲକର ମୁରାନ ରୁର୍ଜଭର ଗର୍ଲିଗୁମ୍ା ଠାରୁ ଦୁଆରି ସୁଳି ବ୍ରିଜ, ସହ କୋଲାବ ରିର୍ଜଭ ଲମତାପୁଟ-ସୁକୁ ନିକଟରେ ବ୍ରିଜର ହେବାନେଇ ଘୋଷଣା କରିଥିଲେ । ଜୟପୁରରେ ଅନୁଷ୍ଟିତ ହୋଇଥିବା ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଯୋଗ ଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । କୋରାପୁଟ ଜିଲାର ୩୧ଟି ପ୍ରକଳ୍ପର ଉଦଘାଟିତ ସହ ୯୪ଟି ପ୍ରକଳ୍ପ ଭିତିପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ । ଏହା ସହ ବହୁ ପ୍ରତିକ୍ଷିତ ତେଲଙ୍ଗିରି ପ୍ରକଳ୍ପ ଓ ବାଦଦେରି ଜଳସେଚନ ପ୍ରକଳ୍ପ କୁ ଲୋକାର୍ପଣ କରିଥିଲେ । ରାଜ୍ୟ ରେ ୨ ଲକ୍ଷ ୭୦ ହଜାର ଯୁବ ବାହୀନି ସଦସ୍ୟ ଥିବା ସୁଚନା ଦିଆଯାଇଥିଲା । ବୃକ୍ଷରୋପଣ, ପ୍ରାକୃତିକ ବିପର୍ଯ୍ୟୟ ପରି ବହୁ ସଚେତନ କାଯ୍ୟ କରାଯାଇଥିବାର ଅଡିଓ ଭିଜୁଆଲ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁର ବିମାନଘାଟିରେ ପହଂଚି ସ୍ୱତନ୍ତ୍ର ହେଲିକେପ୍ଟରରେ ଉମରକୋଟ କରାଯାଇ ଦଳିୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।