ଅନୁଗୋଳରେ ନୂଆ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ
ଅନୁଗୋଳ ,୧୧/୨(ସକାଳଖବର): ଅନୁଗୁଳର ନୂଆ ଜିଲ୍ଲାପାଳ ଭାବେ ମନୋଜ କୁମାର ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ, ଆସନ୍ତା ସାଧାରଣ ନିର୍ବାଚନ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବା ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ଯୋଜନାକୁ ସଫଳ କରାଯିବ । ଆଉ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଉପଯୁକ୍ତ ସମନୟ ରହିଲେ ଜିଲାର ଉନ୍ନତି ହୋଇପାରିବ ବୋଲି ନୂତନ ଜିଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଏଥିସହ ପୂର୍ବତନ ଜିଲାପାଳଙ୍କ ସହ ଆଲୋଚନା କରିବା ପରେ ଜାଣିଲି ଯେ, ଜିଲାର କିଛି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଯାହାକି ଆଗକୁ ମୁଁ ଅଗ୍ରାଧିକାର ଭିତିରେ ସମ୍ପୂର୍ଣ୍ଣ କରିବି ବୋଲି ପ୍ରକାଶ କରିଥିଲେ । ଶ୍ରୀ ମହାନ୍ତିଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲାରେ ହୋଇଥିବା ବେଳେ ଏହାକୁ ପୂର୍ବରୁ ସେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସଚିବ, ଭୁବନେଶ୍ୱରର ଅତିରିକ୍ତ ଜିଲାପାଳ, ବ୍ରହ୍ମପୁର ପୌରନିଗମର କମିଶନର, ଅନୁସୂଚିତ ଜନଜାତି ସମବାୟ ନିଗମର ସାଧାରଣ ପରିଚାଳକ ଓ ନିଳଗିରି ଉପଜିଲାପାଳ ଭାବେ ସଫଳତାର ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ଅବସରରେ ପୂର୍ବତନ ଜିଲାପାଳଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ରାଜସ୍ୱ କମିସନର ଭାବେ ଏହି ଜିଲାରୁ ଯାଉଥିବାରୁ ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ଆଜି ନୂତନ ଜିଲାପାଳ ପହଞ୍ଚôବା ପରେ ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏବଂ ଦାୟିତ୍ୱ ଗ୍ରହଣ କରିବା ପରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓ ମା ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ ।