ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ ବ୍ଲକ୍ ପାଇଁ ୩୫.୩୬ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ

Jun 29, 2018 - 19:24
 223
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ ବ୍ଲକ୍ ପାଇଁ ୩୫.୩୬ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ
ଭୁବନେଶ୍ୱର,୨୯/୬(ସକାଳଖବର); ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୩୫.୩୬ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ୭ଟି ବ୍ଲକ୍ର ୧୫୨ଟି ପଂଚାୟତ ପାଇଁ ୧୨୫୬ଟି ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ଶୁକ୍ରବାର ଦିନ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାର ଲୋକପ୍ରତିନିଧି ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋକଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସୋନପୁର ଜିଲ୍ଲାର ଉଲୁଣ୍ଡା , ଜଦ୍ରକ ଜିଲ୍ଲଶର ବାସୁଦେବପୁର , ଢେଙ୍କାନାଳ ଜିଲ୍ଲାର ଗଁଦିଆ , ବରଗଡ ଜିଲ୍ଲାର ଅତାବିରା ,କୋରାପୁଟ ଜିଲ୍ଲର ସିମିଳିଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଲଠିକଟା ଓ ସବଡେଗା ବ୍ଲକ୍ ର ଲୋକପ୍ରତିନିଧି ମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ଆଲୋଚନା ସମୟରେ ମହିଳା ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଚିକିତ୍ସା ସୁବିଧାପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ ବୋଲି ଜଣାଇଥିଲେ । ଏହି ଯୋଜନା ରାଜ୍ୟ ସରକାର ଏବଂ ରାଜ୍ୟବାସୀଙ୍କ ଟଙ୍କାରେ କରାଯୋଇଥିବାରୁ ଏହାର ସୁଯୋଗ ନେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।