ଆଜିଠାରୁ ଏହିସବୁ ଔଷଧ ହେବ ମହଙ୍ଗା

Apr 1, 2022 - 06:10
 81
ଆଜିଠାରୁ ଏହିସବୁ ଔଷଧ ହେବ ମହଙ୍ଗା
ଭୁବନେଶ୍ୱର : ଅପ୍ରେଲ ପହିଲାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ବଜେଟରେ ଘୋଷଣା ଅନୁଯାୟୀ ଅପ୍ରେଲ ପହିଲାରୁ ଅନେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି ପାଇଛି । ବିଶେଷକରି ୮୦୦ ପ୍ରକାରର ଔଷଧ ମହଙ୍ଗା ହେବାକୁ ଯାଉଛି । ଯନ୍ତ୍ରଣା ଉପଶମକାରୀ, ଆଣ୍ଟିବାୟୋଟିକ ଓ ଆଣ୍ଟି ଭାଇରସ ଔଷଧଗୁଡ଼ିକର ଦାମ ବୃଦ୍ଧି ପାଇବ । ଏହିସବୁ ଔଷଧର ଦାମ ୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଜାଣିବାକୁ ମିଳିଛି । ସେହିପରି ଟୋଲ ଟିକସ ମଧ୍ୟ ୩%ରୁ ୫% ପର୍ଯ୍ୟନ୍ତ ବୃଦ୍ଧିପାଇବ । ଅପରପକ୍ଷରେ ବସଭଡ଼ା ମଧ୍ୟ ବୃଦ୍ଧି କରାଯାଇଛି । ସେହିପରି ପାନ ସହ ଆଧାର ଲିଙ୍କ ନଥିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଜୁନ ପରେ ଏଥିପାଇଁ ହଜାରେ ଟଙ୍କା ଦେବାକୁ ପଡ଼ିବ । ପିଏଫରେ ବର୍ଷକୁ ଅଢେ଼ଇ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିଲେ ଟିକସ ଲାଗିବ । ସେହିପରି କ୍ରିପ୍ଟୋକରେନ୍ସିରେ ମଧ୍ୟ ଟିକସ ଲାଗୁ କରାଯିବ । ଯେଉଁମାନେ ଯେତିକି ଆୟ କରିଛନ୍ତି ତାହା ଉପରେ ୩୦%ର ଟିକସ ଓ ୧% ଟିଡ଼ିଏସ ଲାଗିବ । ଅପରପକ୍ଷରେ ଗାଡ଼ି ସ୍କ୍ରାପେଜ ନୀତି ଲାଗୁ ହେବାକୁ ଯାଉଛି । ଫଳରେ ଗାଡ଼ିଗୁଡ଼ିକର ଦାମ ବୃଦ୍ଧି ପାଇବ । ୧୫ ବର୍ଷରୁ ଉଦ୍ଧ୍ୱର୍ ଗାଡ଼ିର ପୁନଃ ପଞ୍ଜୀକରଣ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଅପ୍ରେଲ ପହିଲାରୁ ଗାଡ଼ି ଦାମ ମଧ୍ୟ ବୃଦ୍ଧି ପାଇବ ବୋଲି କାର କମ୍ପାନୀମାନେ ଘୋଷଣା କରିସାରିଛନ୍ତି ।