ଆଜି ପୋପ ଫ୍ରାନସିସଙ୍କୁ ଭେଟିବେ ନବୀନ

Jun 21, 2022 - 06:29
 58
ଆଜି ପୋପ ଫ୍ରାନସିସଙ୍କୁ ଭେଟିବେ ନବୀନ
ନୂଆଦିଲ୍ଲୀ: ଇଟାଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟେକ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ । ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭାଟିକାନ୍ ସିଟିରେ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମରେ ମୁଖ୍ୟମନ୍ତ୍ରୀ ଓଡିଶାର ବିପର୍ୟ୍ୟୟ ପରିଚାଳନା ସାଙ୍ଗକୁ କିଭଳି ଓଡିଶାର ଖାଦ୍ୟ ସୁରକ୍ଷା ପାଇଁ ଆନ୍ୟ ଉପରେ ନିର୍ଭରଶୀଳତାକୁ କମାଇ ପାରିଛି ସେନେଇ ଆଲୋକପାତ କରିବେ । ୟୁରୋପୀୟ ଦେଶରେ ଥିବା ପ୍ରବାସୀ ଓଡିଆଙ୍କୁ ଭେଟି ରାଜ୍ୟର କଳା ସଂସ୍କୃତିର ପ୍ରଚାର ପ୍ରାସର ଦିଗରେ ସହଯୋଗ ଲୋଡିବେ । ଫେରିବା ବାଟରେ ମିଡିଲ ଇଷ୍ଟ ଓ ଦିବାଇରେ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଟିକାନରେ ପୋପଙ୍କୁ ଭେଟିବା ସହ ବିଶ୍ୱ ଖାଦ୍ୟ କାର୍ୟ୍ୟକ୍ରମର ପରିଚାଳନା ନିର୍ଦ୍ଦେଶକ ଡେଭିଡ ବେସଲିଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି । ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିବେ । ଅନ୍ୟପକ୍ଷରେ ଆଜି ରୋମରେ ବିଶ୍ବ ଖାଦ୍ୟ କାର୍ୟ୍ୟକ୍ରମ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶୁଣାଇବେ ଦୀର୍ଘ ଦୁଇ ଦଶନ୍ଧିର ବିକାଶର ଯାତ୍ରା । ୨୨ ବର୍ଷରେ ଓଡ଼ିଶା କିପରି ସାଜିଲା ଉଦାହରଣ, ବିଭିନ୍ନ ମହାବାତ୍ୟାରେ ମିଶନ ଜିରୋ କାଜୁଆଲିଟିକୁ କିପରି ମିଳିଲା ସଫଳତା, ବିପର୍ୟ୍ୟୟ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଦିଗ୍‌ଦର୍ଶନ ଦେବେ ନବୀନ ।