କୃଷି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Jun 20, 2018 - 19:19
 158
କୃଷି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର, ୨୦/୬(ସକାଳଖବର): କୃଷି ବିଶ୍ୱ ବିଦ୍ୟାଳୟସ୍ଥିତ ସ୍ୱାମୀନାଥନ ହଲରେ କୃଷକ ମାନଙ୍କ ପାଇଁ ଆୟୋଜିତ ସଚେତନତା ଶିବିର କାର୍ଯ୍ୟକ୍ରମ ଉଦଘାଟନ କରି କୃଷି ଉପôାଦନ ଏବଂ ଉପôାଦକତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିବା ଏବଂ କୃଷି କ୍ଷେତ୍ରରେ ସାମୂହିକ ବିକାଶ କରିବା ସହ ଚାଷୀ ମାନଙ୍କର ରୋଜଗାର ବୃଦ୍ଧି ପାଇଁ କୃଷକ ମାନଙ୍କୁ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରୀୟ କୃଷି ଗବେଷଣା ଅନୁଷ୍ଠାନ ମାନଙ୍କୁ ନିଆଯାଇ କୃଷି ସମ୍ବନ୍ଧୀୟ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଇବା ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ସରକାରଙ୍କୁ ବିଭିନ୍ନ କୃଷି କାର୍ଯ୍ୟକ୍ରମର ସୁଯୋଗ ନେବା ସହିତ କୃଷି କ୍ଷେତ୍ରରେ ଥିବା ଓଡ଼ିଶାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ । ସେ ଆହୁରି କରିଥିଲେ ଯେ, କୃଷିର ଆଧୁନିକୀକରଣ ସହିତ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ବ୍ଲକର କୃଷକ ମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଯିବ । ଆଜି ବଲାଙ୍ଗୀର ବ୍ଲକର ୫୨ ଜଣ କୃଷକ ଅଂଶ ଗ୍ରହଣ କରିଥିଲେ । ଗୋଟିଏ ବ୍ଲକର ପ୍ରତ୍ୟେକ ପଂଚାୟତରୁ ଅନୁ୍ୟନ ୨ ଜଣ ଲେଖାଏଁ କୃଷକ ଅଂଶ ଗ୍ରହଣ କରିଛନ୍ତି । ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକର କୃଷକ ମାନେ ଅଂଶ ଗ୍ରହଣ କରି କୃଷି ପ୍ରକ୍ରିୟାକରଣ ଓ କୃଷିଜାତ ଦ୍ରବ୍ୟର ବିକ୍ରି ସମ୍ପର୍କରେ ବିଭିନ୍ନ କୃଷି ବୈଜ୍ଞାନିକ ମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ ମହାନ୍ତି, କୃଷି ଉପôାଦନ କମିଶନ ଡ. ଗଗନ ଧଳ, କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଓ ସମବାୟ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ଉପସ୍ଥିତ ଥିଲେ ।