ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୧ତମ ଜୟନ୍ତୀ ପାଳିତ

Feb 4, 2019 - 17:57
 183
ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୧ତମ ଜୟନ୍ତୀ ପାଳିତ
ଅନୁଗୋଳ,୩/୨(ସକାଳଖବର): ଅନୁଗୋଳ ସତସଙ୍ଗ ବିହାର ପରିସରରେ ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୧ତମ ଶୁଭଜନ୍ମ ମହା ମହାସେôବ ଓ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ପଡ଼ଦାଙ୍କ ୧୦୮ତମ ଶୁଭ ଜନ୍ମ ମହା ମହୋସôବ ଏବଂ ଅନୁଗୋଳ ସତସଙ୍ଗ ଶ୍ରୀମନ୍ଦିରର ୨୧ତମ ଉଦବୋଧନୀ ମହା ମହୋସôବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ବ୍ରାହ୍ମ ମୁହୁର୍ତ୍ତେ ବେଦ ମାଙ୍ଗଳିକ ଓ ନହବତ ଉଷା କୀର୍ତ୍ତନ, ସମବେତ ବିନତୀ ଓ ସଦଗ୍ରନ୍ଥପାଠ, ଜନ୍ମଲଗ୍ନ ଘୋଷଣା ଉସôବ ଉଦବୋଧନ ଓ ଭକ୍ତି ସଙ୍ଗୀତାଞ୍ଜଳୀ ସତସଙ୍ଗ ଓ ସଦା ଆଲୋଚନା, ମାତୃ ସମ୍ମିଳନୀ ଓ ସନ୍ଧ୍ୟା ବିନତୀ ଓ କୀର୍ତ୍ତନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସତସଙ୍ଗର ବରିଷ୍ଠ କର୍ମୀ ତଥା ସହପ୍ରତି ଋତିକ ସହଦେବ ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସହପ୍ରତିଋତିକ ମାଧବ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସତସଙ୍ଗ ଓ ସଦା ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ ଯୋଗଦେଇ ଠାକୁରଙ୍କ ଦିବ୍ୟଜୀବନ ଓ ଭାବାଦର୍ଶରେ ବିମୋହିତ ହୋଇ ପଡ଼ିଥିଲେ । ଠାକୁରଙ୍କୁ ଜୀବନରେ ଆଦର୍ଶ ରୂପେ ଗ୍ରହଣ କରି ଶୃଙ୍ଖଳିତ ସମାଜ ଗଢ଼ିତୋଳି ପାରିବା ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ନରସିଂହପୁର କଲେଜର ଅଧ୍ୟାପକ ତଥା ପ୍ରବୀଣ ବକ୍ତା ସହ ପ୍ରତି ଋତିକ ବିଜୟ ପରିଡ଼ା ଯୋଗଦେଇ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଦିବ୍ୟ ଜୀବନ ଓ ଭାବାଦର୍ଶ ଉପରେ ଆଲୋକପାତ କରିଥିଲେ । ତାଙ୍କ ଯାଜନ ବେଳେ କହିଲେ ଯେ, ଆଜି ସମାଜରେ ମଣିଷ ପଥଭ୍ରଷ୍ଟ ହୋଇ ପଡ଼ିଛି । ବାସ୍ତବତାକୁ ଭୂଲି ଆଧୁନିକତା ପଛରେ ଧାଇଁ ଧାଇଁ ଥକି ଯାଉଛି । ମାତ୍ର ଯିଏ ଜଣେ ଆଦର୍ଶ ପୁରୁଷ ତଥା ଯୁଗ ପୁରୁଷୋତ୍ତମକୁ ବହନ କରି ଚାଲିଥାଏ ତାକୁ ମାୟା ବାଧା ବନ୍ଧନ କାବୁ କରିପାରେ ନାହିଁ ।ଆଜି ଦେଖିବାକୁ ମିଳୁଛି ଶିକ୍ଷା, ସ୍ୱାସ୍ଥ୍ୟ, ବିବାହ ସଂସ୍କାର ଆଧୁନିକତା ଦେଇ ଗତି କରୁଛି । ଯଦ୍ୱାରା ସମାଜ ଅସଜଡ଼ା ହୋଇପଡ଼ିଛି । କିନ୍ତୁ ଠାକୁର ତାଙ୍କର ଦିବ୍ୟଜୀବନ ବାଣୀ ମାଧ୍ୟମରେ ଆଦର୍ଶ ଶିକ୍ଷା, ବିବାହ, ପରିବାର ଗଢ଼ି ତୋଳିବା ପାଇଁ ବିଭିନ୍ନ ବାଣୀ ଆମକୁ ଦେଇ ଯାଇଛନ୍ତି । ତାଙ୍କୁ ଜୀବନରେ ମାନି ଚଳିଲେ ବିଶୃଙ୍ଖଳିତ ସମାଜ ଆପେ ଆପେ ଶୃଙ୍ଖଳିତ ହୋଇପଡ଼ିବ । ଶ୍ରୀଶ୍ରୀ ଠାକୁରଙ୍କର ଭାବ ବାଣୀକୁ ପାଥେୟ କରି ଚାଲିଲେ ତଥା ସତସଙ୍ଗର ଆଶ୍ରୟ ନେଲେ ମଣିଷର ବ୍ୟକ୍ତି ଜୀବନ ପାରିବାରିକ ଜୀବନ ସାମାଜିକ ଜୀବନ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଜୀବନ ପର୍ଯ୍ୟନ୍ତ ଶୃଙ୍ଖଳିତ ହୋଇପାରିବ । ଏଣୁ ସତସଙ୍ଗ ହିଁ ଏକମାତ୍ର ପଥ ଶୃଙ୍ଖଳିତ ସମାଜର ଗଠନ ଦିଗରେ ସତସଙ୍ଗର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପରିଡ଼ା ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ପରିଶେଷରେ ସହପ୍ରତି ଋତିକ ପ୍ରଶାନ୍ତ ମିଶ୍ର ଛଡ଼ାରଗାନ ପରିବେଷଣ କରିଥିଲେ । ଏହି ଅବସରରେ ସହପ୍ରତିଋତିକ ନିମାଇଁ ବେହେରାଙ୍କ ତତ୍ତ୍ୱାବଧାନରେ କୁନି କୁନି କଳକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସତସଙ୍ଗ ଓ ସଦାଆଲୋଚନା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଗୁରୁଭାଇ, ମାଆ, ଇଷ୍ଟପ୍ରାଣ, ସାଧୁ, ସର୍ଜନ, ବୁଦ୍ଧିଜୀବୀ ଯୋଗଦାନ କରି ଆନନ୍ଦ ବଜାର ପ୍ରସାଦ ସେବନ କରିବା ସହ ବିଭୂକୃପା ଲାଭ କରିଥିଲେ ।