୭୭ ଛୁଇଁଲା ତିତ୍‌ଲି ମୃତ୍ୟୁ ସଂଖ୍ୟା

Oct 24, 2018 - 17:45
 177
୭୭ ଛୁଇଁଲା ତିତ୍‌ଲି ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର, ୨୪ /୧୦ (ସକାଳଖବର): ସାମୁଦ୍ରିକ ଝଡ ତିତଲିରେ ମୃତ୍ୟୁ ସଂଖ୍ୟା ବଢ଼ି ବର୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୭୭କୁ ଛୁଇଁଛି । ଏଥିମଧ୍ୟରୁ ୫୮ ଜଣଙ୍କର ମୃତ୍ୟୁ ପ୍ରମାଣିତ ହୋଇସାରିଛି ଏବଂ ୧୯ ଜଣଙ୍କର ମୃତ୍ୟୁର କାରଣ ନେଇ ଅନୁଧ୍ୟାନ ଚାଲିଛି । ଏ ନେଇ ଆଜି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ପ୍ରକାଶ କରିଛନ୍ତି । ତେବେ ତିତ୍‌ଲି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି ସେ ସୂଚନା ଦେଇଛନ୍ତି । ତିତ୍‌ଲିରେ କ୍ଷତିଗ୍ରସ୍ତ ହୋଇଥିବା ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାରେ କ୍ଷୟକ୍ଷତି ଅନୁଧ୍ୟାନ କରିବାପାଇଁ କେନ୍ଦ୍ରୀୟ ଟିମ୍ ଖୁବ୍ ଶୀଘ୍ର ଓଡିଶା ଆସିବେ ବୋଲି ଯୁଗ୍ମ ରିଲିଫ୍ କମିଶନର ପ୍ରକାଶ କରିଛନ୍ତି । ସର୍ବାଧିକ ଗଜପତି ଜିଲ୍ଲାରେ ପୁନରୁଦ୍ଧାର ଓ ରିଲିଫ୍ କାର୍ୟ୍ୟ କିପରି ଚାଲିଛି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପାଇଁ ଏସଆରସି ବିଷ୍ଣୁପଦ ସେଠୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ସେଠାକୁ ଗସ୍ତ କରିଛନ୍ତି ।