୫୦ ୱେବସାଇଟ୍ ହ୍ୟାକ୍

Feb 23, 2019 - 19:07
 172
ଭୁବନେଶ୍ୱର, ୨୩/୨(ସକାଳଖବର): ରାଜ୍ୟର ବିଭିନ୍ନ ସଂଘ , ସରକାରୀ କାର୍ଯ୍ୟାଳୟ ଇତ୍ୟାଦିର ୱେସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡିଛି । ରାଜ୍ୟର ୫୦ରୁ ଉଦ୍ଧ୍ୱର୍ ୱେବସାଇଟ୍ କୁ ହ୍ୟାକ୍ କରାଯାଇଛି । ଏହା ମଧ୍ୟରେ ଓଏଏସ୍ ସଂଘ , ଦଇତାପତି ନିଯୋଗ ଏବଂ କିଛି ସରକାରୀ କାର୍ଯ୍ୟାଳୟ ରହିଛି । ହ୍ୟାକ୍ ହୋଇଥିବା ୱେସାଇଟ୍ ଗୁଡିକରେ ମ୍ୟାଡ୍ ଟାଇଗର ବୋଲି ଲେଖାଅଛି । କୌଣସି ବ୍ୟକ୍ତି ଏହି ହ୍ୟାକ୍ କରିଥିବା ସନେ୍ଦହ କରାଯାଉଛି ।