ପରିବର୍ତନର ବାହକ ସାଜିବେ ଉଜ୍ଜ୍ୱଳା ଦିଦି

Feb 23, 2019 - 19:07
 141
ଭୁବନେଶ୍ୱର, ୨୩/୨(ସକାଳଖବର): ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦେଶରେ ୧୩ ହଜାର କୋଟି ବିନିଯୋଗରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ସାକାର କରି ସେମାନଙ୍କୁ ସଶକ୍ତ କରିଛି । ଉଜ୍ଜ୍ୱଳା ସାମାଜିକ ପରିବର୍ତନ ଓ ନାରୀ ସଶକ୍ତିକରଣର ପ୍ରମୁଖ ମାଧ୍ୟମ ସାଜିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର ବର୍ତମାନ ସୁଦ୍ଧା ୪ କୋଟି ଗରିବ ଘରକୁ ବିଜୁଳିସଂଯୋଗ ପହଂଚାଇଛନ୍ତି ଏବଂ ୧ କୋଟି ୪୦ ଲକ୍ଷ ଗରିବଙ୍କୁ ପକ୍କା ଘର ପ୍ରଦାନ କରିଛନ୍ତି । ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇବା ସରକାରଙ୍କ ଲକ୍ଷ୍ୟ । ଏହି ସମାବେଶରେ ଯୋଗଦେଇଥିବା ଓଡ଼ିଶାର ୧୦ ହଜାର ଉଜ୍ଜ୍ୱଳା ଦିଦିଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଦାୟିତ୍ୱ ହେଉଛି ଗରିବ ଓ ଅପହଂଚଙ୍କ ପାଖରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପହଂଚାଇବା, ଗ୍ରାମାଂଚଳର ଭଉଣୀମାନଙ୍କୁ ଉଜ୍ଜ୍ୱଳାର ବ୍ୟବହାର ଓ ଲାଭ ସମ୍ପର୍କରେ ବୁଝାଇବା ଏବଂ ଗ୍ୟାସ ବ୍ୟବହାର ସମୟରେ ସେମାନେ ସମ୍ମୁଖୀନ ହେଉଥିôବା ଅସୁବିଧାର ସମାଧାନ କରିବା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଜ୍ଜ୍ୱଳା ଦିଦିମାନଙ୍କୁ ପରିବର୍ତନର ବାହକ କହିବା ସହିତ ସେମାନଙ୍କୁ ଉଜ୍ଜ୍ୱଳା ଶପଥ ପାଠ କରାଇଥିଲେ ।