୨୦୨୨ରେ ଥିଲା ଶୂନ, ୨୦୨୩ରେ ପ୍ରଥମ ଏନ୍‌କାଉଣ୍ଟର

Mar 3, 2023 - 05:36
 31
୨୦୨୨ରେ ଥିଲା ଶୂନ, ୨୦୨୩ରେ ପ୍ରଥମ ଏନ୍‌କାଉଣ୍ଟର
କଟକ: କଟକ ସହରରେ ୧୯୯୨ରୁ ୨୦୧୧ ମଧ୍ୟରେ ୪ଟି ଏନ୍‌କାଉଣ୍ଟର ହେଇଥିଲା। ୨୦୧୭ରେ ୬ଟି, ୨୦୧୮ରେ ୭ଟି, ୨୦୧୯ରେ ୪ଟି ଏନକାଉଣ୍ଟର ହୋଇଥିଲା। ୨୦୨୦ରେ କରୋନା କଟକଣା ପାଇଁ ଲକଡାଉନ, ସଟଡାଉନ୍ ଲାଗି ରହିବାରୁ ସେହି ବର୍ଷ ଏନକାଉଣ୍ଟ ଶୂନ ଥିଲା। ୨୦୨୨ରେ ବି କୌଣସି ଏନକାଉଣ୍ଟର ହୋଇ ନଥିଲା। ୨୦୨୧ରେ ପୁଲିସ ତିନୋଟି ଏନକାଉଣ୍ଟର କରିଥିଲା। ୨୦୨୨ରେ ଡିସିପି ପିନାକ ମିଶ୍ର ଦାୟିତ୍ବ ଗ୍ରହଣ ପରେ ୨୦୨୩ରେ ଶଙ୍କରର ଏନକାଉଣ୍ଟର ହେବା ପରେ ଚଳିତ ବର୍ଷ ନୂଆ ତାଲିକା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ ଏନକାଉଣ୍ଟରରେ ୨୦୦୫ ରାଣୀହାଟର ଦୀପୁ ସାହୁ ଓ ୨୦୨୧ରେ ଗ୍ୟାଙ୍ଗଷ୍ଟର ହାଇଦର୍ ପୁଲିସ ଗୁଳିରେ ନିହତ ହୋଇଥିଲେ।