ହାତୀକୁ ଗୁଳି ମାଡ଼କୁ ନେଇ ହାଇକୋର୍ଟରେ ମାମଲା ରୁଜୁ

Jun 9, 2022 - 06:14
 62
ହାତୀକୁ ଗୁଳି ମାଡ଼କୁ ନେଇ ହାଇକୋର୍ଟରେ ମାମଲା ରୁଜୁ
କଟକ: ନରସିଂହପୁରରେ ହାତୀକୁ ଗୁଳି ମାଡ଼ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଶିକାରୀଙ୍କୁ କଠୋର ଦଣ୍ଡଦେବାର ବ୍ୟବସ୍ଥା ଆଇନରେ ନଥିବାରୁ ହାତୀ ଶିକାର ବଢିଚାଲିଛି । ତେଣୁ ହାତୀଙ୍କ ସୁରକ୍ଷା ପାଇଁ ଆସାମ ଭଳି ଓଡ଼ିଶାରେ କଠୋର ଆଇନ ପାଇଁ ସାନି ବିଜ୍ଞପ୍ତି ଜାରି ପାଇଁ ପ୍ରାର୍ଥନା କରି କଟକର ସାମାଜିକ କର୍ମୀ ଗୀତା ରାଉତ ଏହି ମାମଲା ରୁଜୁ କରିଛନ୍ତି । ଆବେଦନକାରିଣୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ହାତୀଙ୍କର ଶିକାର ହେଉ ଅବା ରେଳଲାଇନ୍‌ ଧାରଣାରେ କଟି ହାତୀଙ୍କ ମୃତ୍ୟୁ ହେଉ ଏଭଳି ଅଘଟଣ ନିତିଦିନିଆ କଥାରେ ପରିଣତ ହୋଇଛି । ଯଦି ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨କୁ କଠୋର କରାନଯାଏ ତାହେଲେ ହାତୀ ଶିକାର ହ୍ରାସ ପାଇବ ନାହିଁ । ଆସାମରେ ହାତୀ ଶିକାରକୁ ରୋକିବ ପାଇଁ ସେଠାକାର ସରକାର ୨୦୧୦ ଅକ୍ଟୋବର ୨୦ ଏକ ସଂଶୋଧିତ ବିଜ୍ଞପ୍ତି ଜରିଆରେ କଠୋର ଆଇନ ଲାଗୁ କରିଛନ୍ତି । ଯେଉଁଥିରେ ଜରିମାନା ଓ ଜେଲ ଦଣ୍ଡକୁ ଅଧିକ ପ୍ରଭାବଶାଳୀ କରାଯାଇଛି । ଏପରିକି ପୁନର୍ବାର ସମାନ ଅପରାଧ କରୁଥିବା ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍‌ ଦଣ୍ଡର ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । କେବଳ ସେତିକି ନୁହେଁ, ଆସାମର ପ୍ରତି ନିମ୍ନ ଅଦାଲତରେ ବନ୍ୟପ୍ରାଣୀ ସଂକ୍ରାନ୍ତ ସମସ୍ତ ମାମଲାରେ ପ୍ରାଥମିକତା ଭିତ୍ତିରେ ଶୁଣାଣି କରାଯାଉଛି । ସେହି ଆଧାରରେ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ପ୍ରାର୍ଥନା କରିଛନ୍ତି । ଶିକାରୀ ଗୁଳିରେ ଦନ୍ତାହାତୀ ଗୁରୁତର ହୋଇଛି। ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଘଟିଛି ଏଭଳି ଘଟଣା। ଗୁଳି ମାଡ଼ ପରେ ହାତୀଟି କଟକ-ନରସିଂହପୁର ଜଙ୍ଗଲ ଭିତରେ ନାଳରେ ପଡ଼ି ରହିଥିଲା ।। ନାଳରୁ ଉଠିବାକୁ ଚେଷ୍ଟା କରୁଥିଲା ।। ମାତ୍ର ହାତୀଟି ନାଳରୁ ଉଠି ପାରୁନଥିଲା ।।ବହୁ ସମୟ ଧରି ସେଠି ପଡ଼ି ରହିଥିଲା । ଏନେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର ସୋଶାଲ ମିଡିଆ ଫେସବୁକ୍‌ରେ ପୋଷ୍ଟ କରିଥିଲେ ।। ଶିକାରୀ ଗୁଳିରେ ଦନ୍ତା ଗୁରୁତର ହୋଇ ଜଙ୍ଗଲରେ ବୁଲୁଛି, ତୁରନ୍ତ ଚିକିତ୍ସା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅନୁରୋଧ କରି ଥିଲେ । ବିଧାୟକ ଶ୍ରୀ ମିଶ୍ର। ତା’ସହ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ତୁରନ୍ତ ହାତୀକୁ ଉଦ୍ଧାର କରିବାକୁ ନିବେଦନ କରି ଥିଲେ ।। ସୂଚନାରୁ ପ୍ରକାଶ, ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ ଏହାପୂର୍ବରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା। ଏହାକୁ ନେଇ ଜାରି ରହିଥିବା ତନାଘନା ଭିତରେ ଏବେ ହାତୀ ମୁଣ୍ଡରେ ଗୁଳି ଘଟଣା ବନବିଭାଗର ଦାୟିତ୍ୱ ପଣିଆକୁ ନେଇ ପ୍ରଶ୍ନ ଉଠୁଛି।