ସାତଫେରା ନେବେ ସାଉଥ ବିୟୁଟି ନୟନତାରା

Jun 8, 2022 - 09:58
 54
ସାତଫେରା ନେବେ ସାଉଥ ବିୟୁଟି ନୟନତାରା
ହାଇଦ୍ରାବାଦ: ରାତି ପାହିଲେ ବାଜିବ ଶାହାନାଇ। ପଡିବ ହାତଗଣ୍ଠି, ନେବେ ସାତ ଫେରା। ହାତକୁ ଦି ହାତ ହେବେ ସାଉଥ ସୁନ୍ଦରୀ ନୟନ ତାରା। ଦୀର୍ଘ ଦିନର ସାଥୀ ବିଘ୍ନେଶଙ୍କୁ କରିବେ ନିଜ ସାତ ଜୀବନର ସାଥୀ। ଆସନ୍ତାକାଲି ବିଘ୍ନେଶଙ୍କ ବେକରେ ବରଣାମାଲା ପକାଇବେ ନୟନତାରା। ସାଉଥର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ନୟନତାରା। ବଡ ବଡ କଳାକାରଙ୍କ ସହ କାମ କରିଥିବା ନୟନତାରା ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି। ଏବେ ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ବିବାହ ତାରିଖ ଘୋଷଣା କରାଯାଇଛି। ଜୁନ୍ ୯ରେ ନୟନତାରା ନିର୍ଦ୍ଦେଶକ ବିଘ୍ନେଶଙ୍କୁ ବିବାହ କରିବେ।