ସୁସ୍ଥ ସମାଜ ଗଢ଼ି ତୋଳିବାରେ ସତସଙ୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ

Sep 16, 2018 - 17:53
 265
ସୁସ୍ଥ ସମାଜ ଗଢ଼ି ତୋଳିବାରେ ସତସଙ୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଅନୁଗୋଳÿ,୧୬/୯ (ସକାଳଖବର): ଯୁଗେ ଯୁଗେ ଇଶ୍ୱର ନରରୂପ ଧାରଣ କରି ଏହି ଧରାଧାମକୁ ଓହ୍ଲାଇ ଆସିଥାନ୍ତି । ଯେଭଳି ସତ୍ୟ ଯୁଗରେ ଶ୍ରୀହରି, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ, ତ୍ରେତୟାରେ ପ୍ରଭୂ ଶ୍ରୀରାମ ଚନ୍ଦ୍ର ଠିକ ସେହିଭଳି କଳିଯୁଗରେ ଯୀଶୁ, ମହମ୍ମଦ, ଶ୍ରୀ ଚୈତନ୍ୟ, ଶ୍ରୀ ରାମକୃଷ୍ଣ ଆଦି ନରନାରାୟଣ ଧରାବତାଣ କରି ମାନବ ସମାଜକୁ ଉଦ୍ଧାର କରିବାର ଯଥେଷ୍ଟ ଉଦାହରଣ ରହିଛି । ଠିକ୍ ସେହିଭଳି କଳି ଶେଷରେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଧରାବତାରଣ କରି ମାନବ ସମାଜକୁ ସୁସ୍ଥ, ସୁନ୍ଦର ଓ ଆଦର୍ଶ ସମାଜ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏବଂ ସଦା ସର୍ବଦା ମଣିଷକୁ ଭଲ ପାଇବା ସହିତ ଇଶ୍ୱରଙ୍କର ସାନିଧ୍ୟ ଲାଭ ପାଇଁ ଆହ୍ୱାନ ଦେଇ କହିଛନ୍ତି ସଦ୍ଗୁରୁଙ୍କ ଶରଣାପନ୍ନ ହୁଅ ସତସଙ୍ଗର ଆଶ୍ରୟ ଗ୍ରହଣ କର ସତ୍ନାମ ମନନ କର ମୁଁ ନିଶ୍ଚୟ କରି କହୁଛି ତୁମର ଉନ୍ନୟନ ପାଇଁ ଭାବିବାକୁ ହେବ ନାହିଁ ବୋଲି ଆଜି ଅନୁଗୋଳ ସତସଙ୍ଗ ବିହାର ପରିସର ମଧ୍ୟରେ ଆୟୋଜିତ ସତସଙ୍ଗ ଓ ସଦା ଆଲୋଚନା କାର୍ଯ୍ୟକ୍ରମରେ ବକ୍ତାମାନେ ତାଙ୍କ ଯାଜନ ବେଳେ ଆଲୋଚନା କରିଥିବା ଜଣାଯାଇଛି । ଆଜି ଅନୁଗୋଳ ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୧ତମ ଜନ୍ମ ମହାମହୋସôବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଉଷା କିର୍ତ୍ତନ, ନହବତ, ପ୍ରାତଃ ବିନତୀ, ଜନ୍ମଲଗ୍ନ ଘୋଷଣା, ମାତୃ ସମ୍ମିଳନୀ ଓ ସତସଙ୍ଗ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧.୩୦ ବେଳେ ସତସଙ୍ଗର ସହପ୍ରତିୠତିକ ମାଧବ ଚନ୍ଦ୍ର ସାହୁଙ୍କ ପରିଚାଳନରେ ସତସଙ୍ଗ ଓ ସଦା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ସହପ୍ରତିଋତିକ ପିତାମ୍ବର ସାମଲ, ନାରାୟଣ ବେହେରା ଓ ଯାଜକ ବିଜୟ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭାବଧାରା ଓ ଜୀବନ ଆଦର୍ଶ ଉପରେ ଆଲୋକପାତ କରିବା ସହ ସୁସ୍ଥ ସମାଜ ଗଢ଼ି ତୋଳିବାରେ ସତସଙ୍ଗର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।