ସୁରେଖା ପଲେଇ ହତ୍ୟାକାଣ୍ଡ ଘଟଣା: ପୁରୁଷବନ୍ଧୁ ଗିରଫ

Jan 13, 2022 - 05:23
 54
ସୁରେଖା ପଲେଇ ହତ୍ୟାକାଣ୍ଡ ଘଟଣା: ପୁରୁଷବନ୍ଧୁ ଗିରଫ
ଭୁବନେଶ୍ବର: ଭରତପୁର‌ ସୁରେଖା ପଲେଇ ହତ୍ୟାକାଣ୍ଡ । ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ ଜେନା ଓରଫ ଛୋଟୁ । ଛୋଟୁ ସହ ଦୁଇ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ । ନୟାଗଡରୁ ଗିରଫ ପରେ ଆଜି(ଗୁରୁବାର) ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇପାରେ । ଆଜି ଏହି ହତ୍ୟାକାଣ୍ଡର ଖୁଲାସା କରିପାରେ ପୋଲିସ । ହତ୍ୟା ମାମଲାରେ ବୁଧବାର ଫୋରେନସିକ୍ ଟିମ୍ ଓ ଏମ୍ସ ଡାକ୍ତରୀ ଦଳକୁ ନେଇ କମିଶନରେଟ୍ ପୋଲିସ ଦ୍ବିତୀୟ ଥର ପାଇଁ ତଦନ୍ତ କରିଥିଲା । ଧରାପଡିଥିବା ୩ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ସୁରେଖା ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରାଯାଇଛି। ସୂଚନା ମୁତାବିକ, ତାରିଣୀ ବସ୍ତିରେ ରହୁଥିବା ସୁରେଖାଙ୍କର ରବିବାର ରାତିରେ ହତ୍ୟା କରାଯାଇଛି । ରବିବାର ସନ୍ଧ୍ୟାରେ ପୁରୁଷବନ୍ଧୁଙ୍କ ସହ ସୁରେଖା ଭୋଜିଭାତ କରିଥିଲେ । ନାଚଗୀତ ଆସର ବି ଜମିଥିଲା । ତାଙ୍କ ଘର ସାମ୍ନାରେ ରହୁଥିବା ପୁରୁଷବନ୍ଧୁଙ୍କ ଘରେ ଖାଇବା ପିଇବା ମଧ୍ୟ ସରିଲା । କିନ୍ତୁ ସୋମବାର ଦ୍ୱିପହର ବେଳା ସୁରେଖାଙ୍କ ମୃତଦେହ ଭଉଣୀ ସୋନାଲି ଦେଖିଥିଲେ ସୂଚନା ଦେଇଥିଲେ।